ଟିମ୍‌ ଇଣ୍ଡିଆ ପାଇଁ ଇଂଲଣ୍ଡରୁ ଆସିଲା ଖୁସି ଖବର, ଜାଣନ୍ତୁ କ’ଣ

0 116

ନୂଆଦିଲ୍ଲୀ : ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ତଥା ନବ ନିଯୁକ୍ତ ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରେ ଉପଲବ୍ଧ ହେବେ ନାହିଁ । ଏହି ଖବର ନିହାତି ଭାବେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ଖୁସି ଦେଇଥିବ । କାରଣ ଷ୍ଟୋକ୍ସ ଜଣେ ଧୁଆଁଧାର ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା । ସେହିପରି ସେ ବୋଲିଂରେ ମଧ୍ୟ ଭାରତୀୟ ବ୍ୟାଟିଂ ଲାଇନକୁ ଧ୍ୱଂସ କରିବାର ମଧ୍ୟ କ୍ଷମତା ରଖିଥାନ୍ତି । ଇଂଲଣ୍ଡର ସୀମିତ ଓଭର ଅଧିନାୟକ ଇଏନ୍‌ ମୋର୍ଗାନ୍‌ ଏକ ସାକ୍ଷାତକାରରେ ନିଶ୍ଚିତ କରିଛନ୍ତି ଯେ ଷ୍ଟୋକ୍ସ ଏହି ସିଜନରେ କେବଳ ଟେଷ୍ଟ କ୍ରିକେଟ୍‌ ଉପରେ ଧ୍ୟାନ ଦେବେ । ଏଭଳି ପରିସ୍ଥିତିରେ ସେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜ୍‌ ପାଇଁ ମନୋନୀତ ହେବେ ନାହିଁ ।
ଏକ ଟେଷ୍ଟ ମ୍ୟାଚ୍‌ ବ୍ୟତୀତ ଟିମ୍‌ ଇଣ୍ଡିଆକୁ ଇଂଲଣ୍ଡରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ଟି -୨୦ ସିରିଜ୍‌ ଖେଳିବାକୁ ପଡିବ । ଏଥିରେ ଷ୍ଟୋକ୍ସ ଖେଳିବେ ନାହିଁ । ଏହି ବିଷୟରେ ଡେଲି ମେଲ ସହିତ ଆଲୋଚନା ବେଳେ ଇଏନ୍‌ ମୋର୍ଗାନ୍‌ କହିଛନ୍ତି, “ବେନ୍‌ ଷ୍ଟୋକ୍ସ ଏହି ଗ୍ରୀଷ୍ମ ଋତୁରେ ଧଳା ବଲ୍‌ କ୍ରିକେଟ୍‌ ଖେଳିବେ ନାହିଁ । ଆମେ ଚାହୁଁଛୁ ଯେ ସେ ପଡ଼ିଆକୁ ଯାଇ ଟେଷ୍ଟ ଅଧିନାୟକ ଭାବରେ ଧ୍ୟାନ ଦେବେ, କାରଣ ଏହା ଏକ ବଡ ଖେଳ ।”
ସେ କହିଛନ୍ତି ଯେ, ମୁଁ ଏବେ ବେନଙ୍କୁ ଚାହୁଁନାହିଁ । ଆସନ୍ତା ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ସେ ଉପଲବ୍ଧ ହୁଅନ୍ତି ବୋଲି ସେ ଆଶା କରିଛନ୍ତି ।
ଦଳର ଖରାପ ପ୍ରଦର୍ଶନ ପରେ ଜୋ ରୁଟ ଇସ୍ତଫା ଦେବା ପରେ ବେନ୍‌ ଷ୍ଟୋକ୍ସଙ୍କୁ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଭାବରେ ମନୋନୀତ କରାଯାଇଥିଲା । ଇଂଲଣ୍ଡ ଖେଳିଥିବା ଶେଷ ୧୭ ଟେଷ୍ଟ ମ୍ୟାଚ ମଧ୍ୟରୁ କେବଳ ଗୋଟିଏ ଜିତିଛି । ବେନ୍‌ ଷ୍ଟୋକ୍ସ ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିବା ସହିତ ଇଂଲଣ୍ଡର ଟେଷ୍ଟ୍‌ ପୁନର୍ଜୀବନ ଏବଂ ପୁନର୍ବାର ବଞ୍ଚି ରହିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପୂର୍ବରୁ ସେ ହ୍ୱାଇଟ ବଲ୍‌ ସିରିଜ୍‌ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ମୋର୍ଗାନ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × one =