ବିରାଟ ଓ ରୋହିତଙ୍କ ଫର୍ମକୁ ନେଇ ଏମିତି କହିଲେ ସୌରଭ ଗାଙ୍ଗୁଲି

0 75

ମୁମ୍ବାଇ : ବିରାଟ କୋହଲି ଏବଂ ରୋହିତ ଶର୍ମା ଆଇପିଏଲ ୨୦୨୨ ରେ ବ୍ୟାଟ ସହିତ ସଂଘର୍ଷ କରୁଛନ୍ତି । ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତକୁ ଖେଳିବାକୁ ପଡିବ । ଏଭଳି ପରିସ୍ଥିତି ଏହି ଦୁଇ ଖେଳାଳିଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି । ରୋହିତଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ ପ୍ଲେ ଅଫ ଦୌଡ଼ରୁ ବାଦ ପଡିଥିବାବେଳେ ବିରାଟଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫରେ ପହଞ୍ଚିବାର ସୁଯୋଗ ଏବେ ମଧ୍ୟ ରହିଛି ।
ରୋହିତ ଏବଂ ବିରାଟଙ୍କ ଖରାପ ଫର୍ମ ବର୍ତ୍ତମାନ କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ବିବୃତ୍ତି ଦେବାକୁ ବାଧ୍ୟ କରିଛି । ତେବେ ଗାଙ୍ଗୁଲି କହିଛନ୍ତି ଯେ ଟି -୨୦ ବିଶ୍ୱକପ ବହୁତ ଦୂରରେ ଥିବାରୁ ସେ ରୋହିତ ଏବଂ ବିରାଟଙ୍କ ଫର୍ମକୁ ନେଇ ଚିନ୍ତିତ ନୁହଁନ୍ତି ବୋଲି କହିଛନ୍ତି ।
ବିସିସିଆଇର ସଭାପତି ଗାଙ୍ଗୁଲି ମିଡ-ଡେ ସହ ବାର୍ତ୍ତାଳାପରେ କହିଛନ୍ତି, ‘ମୁଁ ବିରାଟ-ରୋହିତଙ୍କ ବିଷୟରେ ଆଦୌ ଚିନ୍ତିତ ନୁହେଁ । ଉଭୟ ବହୁତ ଭଲ ଏବଂ ଜଣେଜଣେ ବଡ ଖେଳାଳି । ଟି -୨୦ ବିଶ୍ୱକପ ଏପର୍ଯ୍ୟନ୍ତ ବହୁତ ଦୂରରେ ଏବଂ ମୁଁ ନିଶ୍ଚିତ ଯେ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଉଭୟେ ସେମାନଙ୍କର ଶ୍ରେଷ୍ଠ ଫର୍ମରେ ରହିବେ । ଆଇପିଏଲ୍‌ ୨୦୨୨ ଶେଷ ହେବା ପରେ, ଜୁନ୍‌ ୯ ରୁ ଭାରତକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ଖେଳିବାକୁ ପଡିବ । ଏହି ସରିଜରେ ରୋହିତ ଏବଂ ବିରାଟଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ଅଛି ।
ଲିଗ୍‌ର ୧୫ ତମ ସିଜନରେ ବିରାଟ ୧୩ ଟି ମ୍ୟାଚ୍‌ ରେ ୨୩୬ ରନ୍‌ ସଂଗ୍ରହ କରିଛନ୍ତି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍‌ ହାର ମଧ୍ୟ ୧୧୩ ରହିଛି । ସେ ଚଳିତ ସିଜନରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ଅର୍ଦ୍ଧଶତକ କରିବାରେ ସକ୍ଷମ ହୋଇଛନ୍ତି । ଦୁର୍ଭାଗ୍ୟ ବିଷୟ ଯେ, ସେ ତିନି ଥର ଗୋଲଡେନ ଡକର ଶିକାର ହୋଇଛନ୍ତି । ଆଇପିଏଲର ୧୪ ବର୍ଷରେ କୋହଲିଙ୍କ ଏହା ସବୁଠାରୁ ଖରାପ ପ୍ରଦର୍ଶନ । ଏହାପୂର୍ବରୁ କୋହଲି ଆଇପିଏଲ୍‌ ଅର୍ଥାତ୍‌ ୨୦୦୮ ର ପ୍ରଥମ ସିଜନରେ କମ୍‌ ରନ୍‌ ସଂଗ୍ରହ କରିଥିଲେ ।
ବିରାଟଙ୍କ ଅପେକ୍ଷା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ଅବସ୍ଥା ଆହୁରି ଖରାପ ରହିଛି । ୧୫ ତମ ସିଜନରେ ସେ ହାରାହାରି ୧୮ ରେ ୧୨ ଟି ମ୍ୟାଚରେ ୨୧୮ ରନ୍‌ ଏବଂ ଷ୍ଟ୍ରାଇକ୍‌ ହାର ୧୨୫ ରନ୍‌ କରିଛନ୍ତି । ସେ ଏହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗୋଟିଏ ମଧ୍ୟ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି । ରୋହିତଙ୍କ ଖରାପ ପ୍ରଦର୍ଶନ ହେତୁ ମୁମ୍ବାଇ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ଦୌଡ଼ରୁ ବାଦ ପଡିଥିଲା ।

hiranchal ad1
Leave A Reply

Your email address will not be published.

10 + 4 =