ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା

0 69

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହେବାକୁ ଥିବା ଜେଇଇମେନ୍ ସେସନ୍-୧ ଓ ସେସନ୍-୨ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଥାକ୍ରମେ ଏପ୍ରିଲ ଓ ମେ’ ମାସରେ ହେବାକୁ ଥିବା ଉକ୍ତ ଦୁଇ ସେସନ୍ ପରୀକ୍ଷା ଜୁନ୍ ଓ ଜୁଲାଇ ମାସରେ କରିବାକୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । 

hiring

ଏନଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ ୨୧ରୁ ମେ’ ୪ମଧ୍ୟରେ ହେବାକୁ ଥିବା ସେସନ୍-୧ ପରୀକ୍ଷା ଜୁନ୍ ୨୦ରୁ ୨୯ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ମେ’ ୨୪ରୁ ୨୯ଯାଏ ହେବାକୁ ଥିବା ସେସନ୍-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ମଧ୍ୟରେ କରାଯିବ । ଆଡମିଟ୍ କାର୍ଡ ଡାଉନଲୋଡ ଓ ପରୀକ୍ଷା ହେବାକୁ ଥିବା ସହର ସଂପର୍କରେ ପରବର୍ତ୍ତୀ ସମୟରେ ପରୀକ୍ଷାର୍ଥୀଙ୍କୁ ସୂଚନା ଦିଆଯିବ । ସେସନ୍-୧ ପରୀକ୍ଷା ଲାଗି ପଞ୍ଜୀକରଣ ଇତିମଧ୍ୟରେ ଶେଷ ହୋଇଛି ଏବଂ ସେସନ୍-୨ ପାଇଁ ଅନଲାଇନ୍ ଆବେଦନ ଫର୍ମ ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ପରୀକ୍ଷା ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ଛାତ୍ରଛାତ୍ରୀ ଏନଟିଏ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

14 − two =