ଟି-୨୦ ବିଶ୍ୱକପ ପୂର୍ବରୁ ଏହି ସବୁ ଦେଶକୁ ଗସ୍ତ କରିବ ଭାରତ, ଜାଣନ୍ତୁ ପୁରା କାର୍ଯ୍ୟସୂଚୀ

0 126

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍‌ ଗତକାଲି ଶେଷ ହୋଇଛି । ଏହାପରେ ଟିମ୍‌ ଇଣ୍ଡିଆର କିଛି ଖେଳାଳି ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜକୁ ଖେଳିବାକୁ ଯିବାକୁ ଥିବା ବେଳେ ଆଉ କିଛି ଖେଳାଳି ଇଂଲଣ୍ଡ ଗସ୍ତ କରିବେ । ଆଗାମୀ କିଛି ମାସ ଭାରତୀୟ ଖେଳାଳିଙ୍କ ପାଇଁ ବହୁତ ବ୍ୟସ୍ତ କାର୍ଯ୍ୟସୂଚୀ ରହିଛି । ସେପ୍ଟେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଶ୍ରୀଲଙ୍କାରେ ଏସିଆ କପ୍‌ ଖେଳିବା ସହିତ ତିନୋଟି ଦେଶ ଭ୍ରମଣ କରିବାକୁ ପଡିବ । ବିଶ୍ୱକପ ପୂର୍ବରୁ ଭାରତ କେବଳ ଅଷ୍ର୍ଟ୍ରେଲିଆ ବିପକ୍ଷ ସିରିଜ ଆୟୋଜନ କରିବ । ଆସନ୍ତୁ ଜାଣିବା ଭାରତୀୟ ଦଳର ଆଗାମୀ କିଛି ମାସର କାର୍ଯ୍ୟସୂଚୀ ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏକ ଭାରତୀୟ ଦଳ ସୀମିତ ଓଭର ସିରିଜ୍‌ ପାଇଁ ଆୟର୍ଲାଣ୍ଡ ଗସ୍ତରେ ଥିବାବେଳେ ବରିଷ୍ଠ ଖେଳାଳିଙ୍କ ପୂର୍ଣ୍ଣ ଦଳ ଇଂଲଣ୍ଡରେ ରହିବ । ଭାରତକୁ ୨୬ ଏବଂ ୨୮ ଜୁନ୍‌ରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ୍‌ ଖେଳିବାକୁ ପଡିବ । ଏହା ପରେ ଟିମ୍‌ ଇଣ୍ଡିଆ ଜୁଲାଇ ୧ ରୁ ଇଂଲଣ୍ଡ ବିପକ୍ଷରେ ପୁନଃ ନିର୍ଦ୍ଧାରିତ ଏକମାତ୍ର ଟେଷ୍ଟ ଖେଳିବ । ଏହି ମ୍ୟାଚ୍‌ ପରେ ଭାରତକୁ ଇଂରାଜୀ ଦଳ ବିପକ୍ଷରେ ତିନୋଟି ଟି -୨୦ ସହ ସମାନ ସଂଖ୍ୟକ ଦିନିକିଆ ସିରିଜ୍‌ ଖେଳିବାକୁ ପଡିବ । ଭାରତର ଇଂଲଣ୍ଡ ଗସ୍ତ ଜୁଲାଇ ୧୭ ରେ ଶେଷ ହେବ ।
ଇଂଲଣ୍ଡ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ ଗସ୍ତ କରିବ । ଏହି ଭ୍ରମଣରେ ଭାରତୀୟ ଦଳ ତିନୋଟି ଦିନିକିଆ ସହିତ ୫ ଟି -୨୦ ମ୍ୟାଚ୍‌ ଖେଳିବ । ଟି -୨୦ ସିରିଜର ଶେଷ ଦୁଇଟି ମ୍ୟାଚ୍‌ ଆମେରିକାରେ ଖେଳାଯିବ । ୱେଷ୍ଟଇଣ୍ଡିଜ୍‌ ଗସ୍ତ ୨୨ ଜୁଲାଇରୁ ଆରମ୍ଭ ହେବ ଏବଂ ଶେଷ ମ୍ୟାଚ୍‌ ୭ ଅଗଷ୍ଟରେ ଖେଳାଯିବ ।
ୱେଷ୍ଟଇଣ୍ଡିଜ୍‌ ଗସ୍ତ ପରେ ଭାରତୀୟ ଦଳକୁ ପ୍ରାୟ ୨୦ ଦିନର ବିରତି ମିଳିବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୭ ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଏସିଆ କପ୍‌ ଖେଳାଯିବ । ଏଥର ଏସିଆ କପ୍‌ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେଉଛି ।
ଏସିଆ କପ୍‌ ପରେ ଅଷ୍ଟ୍ରେଲିଆ ଦଳ ଭାରତକୁ ଆସିବ । ଏହି ସମୟ ମଧ୍ୟରେ ଚାରିଟି ଟେଷ୍ଟ ଏବଂ ତିନୋଟି ଟି -୨୦ ମ୍ୟାଚ୍‌ ଖେଳାଯିବ । ତେବେ ଏହି ସିରିଜର ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ । କିନ୍ତୁ ଏହି ସିରିଜ୍‌ ବିଶ୍ୱକପ୍‌ ପୂର୍ବରୁ ଖେଳାଯିବ । ଅଷ୍ଟ୍ରେଲିଆ ଆୟୋଜନ କରିବା ପରେ ଭାରତ ଦଳ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଅଷ୍ର୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ ।

hiranchal ad1
Leave A Reply

Your email address will not be published.

eleven − 3 =