ଧୋନୀଙ୍କୁ ପଛରେ ପକାଇଲେ ରୋହିତ; ସଚିନ, କୋହଲିଙ୍କ କ୍ଲବରେ ସାମିଲ ହେଲେ

0 102

ନୂଆଦିଲ୍ଲୀ : ଶନିବାର ରାତିରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଚତୁର୍ଥ ଟି-୨୦ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୩୩ ରନର ଧୂଆଁଧାର ଇନିଂସ ଖେଳିଥିଲେ । ଦୁଇଟି ଚୌକା ଓ ତିନୋଟି ଛକା ସହାୟତାରେ ହିଟମ୍ୟାନ୍‌ ୧୬ ଟି ବଲରୁ ଏହି ସ୍କୋର କରିଥିଲେ । ଇଣ୍ଡିଜ୍‌ ବିପକ୍ଷ ଏହି ଇନିଂସ ଆଧାରରେ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ୍‌ ରେ ୧୬,୦୦୦ ରନ୍‌ ପୂରଣ କରିଛନ୍ତି । କମ୍‌ ଇନିଂସରେ ଏହି ସ୍ଥିତିରେ ପହଞ୍ଚିବା ଦୃଷ୍ଟିରୁ ରୋହିତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି । ଧୋନି ଅନ୍ତର୍ଜାତୀୟ କ୍ରିକେଟରେ ୪୮୩ ଇନିଂସରେ ୧୬ ହଜାର ରନ୍‌ ସଂଗ୍ରହ କରିଥିବାବେଳେ ରୋହିତ ଶର୍ମା ୪୨୭ ଇନିଂସରେ ଏହି ସଫଳତା ପୂରଣ କରି ତାଙ୍କୁ ଅତିକ୍ରମ କରିଛନ୍ତି ।

hiring

ଆନ୍ତର୍ଜାତୀୟ କ୍ରିକେଟ୍‌ ରେ ୧୬୦୦୦ ରନ୍‌ ସ୍କୋର କରିବାକୁ ଦ୍ରୁତ ଭାରତୀୟ ଖେଳାଳି
ଏହି ରେକର୍ଡ ରନ୍‌ ମେସିନ୍‌ ବିରାଟ କୋହଲିଙ୍କ ନାମରେ ଅଛି । ଅନ୍ତର୍ଜାତୀୟ କ୍ରିକେଟରେ ୩୫୦ ଇନିଂସରେ କୋହଲି ୧୬୦୦୦ ରନ୍‌ ପୂରଣ କରିଥିଲେ । ତାଙ୍କ ପଛରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବିରେନ୍ଦ୍ର ସେହୱାଗ ଏବଂ ସୌରଭ ଗାଙ୍ଗୁଲି ରହିଛନ୍ତି ।
ସବୁଠାରୁ କମ୍‌ ଇନିଂସରେ ୧୬ ହଜାର ଆନ୍ତର୍ଜାତୀୟ ରନ୍‌ ସ୍କୋର କରିଥିବା ଭାରତୀୟ ଖେଳାଳି

୩୫୦ – ବିରାଟ କୋହଲି
୩୭୬ – ସଚିନ୍‌ ତେନ୍ଦୁଲକର
୩୮୭ – ରାହୁଲ ଦ୍ରାବିଡ଼
୪୦୨ – ବିରେନ୍ଦ୍ର ସେହୱାଗ
୪୨୪ – ସୌରଭ ଗାଙ୍ଗୁଲି
୪୨୭ – ରୋହିତ ଶର୍ମା
୪୮୩ – ଏମ୍‌.ଏସ୍‌ ଧୋନି

hiranchal ad1
Leave A Reply

Your email address will not be published.

2 × 2 =