ପଣ୍ଟିଂଙ୍କ ଭବିଷ୍ୟତବାଣୀ ; ଟି-୨୦ ବିଶ୍ୱକପରେ ଏହି ଦୁଇ ଦଳ ଫାଇନାଲ ଖେଳିବେ

0 95

ନୂଆଦିଲ୍ଲୀ : ଦୁଇଥର ବିଶ୍ୱକପ ବିଜେତା ଅଧିନାୟକ ରିକି ପଣ୍ଟିଂ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ୍‌ର ବିଜେତା ଦଳ ବିଷୟରେ ପୂର୍ବାନୁମାନ କରିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ପଣ୍ଟିଂ ଏହି ଦୁଇ ଦଳର ନାମ ପ୍ରକାଶ କରିଛନ୍ତି । ସେହିପରି ସେ ବିଜେତା ଦଳର ନାମ ମଧ୍ୟ କହିଛନ୍ତି ।
ଆଇସିସି ସମୀକ୍ଷାରେ ସଞ୍ଜନା ଗଣେଶନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ପଣ୍ଟିଂ କହିଛନ୍ତି ଯେ ଟି-୨୦ ବିଶ୍ୱକପ ୨୦୨୨ ର ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରବେଶ କରିବେ । ସେ ଆହୁରି କହିଛନ୍ତି ଯେ ଏହି ଅଷ୍ଟ୍ରେଲିଆରେ ସେମାନଙ୍କର ଟାଇଟଲ୍‌ ରକ୍ଷା କରିବାକୁ ସକ୍ଷମ ହେବେ । ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଟି -୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଅଷ୍ର୍ଟ୍ରେଲିଆ ଟାଇଟଲ ଜିତିଥିଲା ।
ପଣ୍ଟିଂ କହିଛନ୍ତି, “ମୁଁ ଭାବୁଛି ଭାରତ ଏବଂ ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୨ ଫାଇନାଲ ଖେଳୁଥିବା ଦୁଇଟି ଦଳ ହେବ ଏବଂ ମୋତେ କେବଳ କହିବାକୁ ପଡ଼ିବ ଯେ ଅଷ୍ଟ୍ରେଲିଆ ଦଳ ଫାଇନାଲରେ ଭାରତକୁ ପରାସ୍ତ କରିବ । ଡିଫେଣ୍ଡିଂ ଚାମ୍ପିଆନ ଏଥର ଘରୋଇ ପରିବେଶରେ ଖେଳିବ ଯାହା ତାକୁ ଫାଇଦା ଦେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇଂଲଣ୍ଡ ବର୍ତ୍ତମାନ ହ୍ୱାଇଟ ବଲରେ ଚମକ୍ରାର ଖେଳ ପ୍ରଦର୍ଶନ କରୁଛି ।

hiranchal ad1
Leave A Reply

Your email address will not be published.

4 + 17 =