ଆଇସିସି ଟି-୨୦ ମାନ୍ୟତା; ଶ୍ରେୟସଙ୍କୁ ବଡ ଫାଇଦା

0 119

ନୂଆଦିଲ୍ଲୀ : ସର୍ବଶେଷ ଆଇସିସି ପୁରୁଷ ଟି-୨୦ ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଶ୍ରେୟସ୍‌ ଆୟର ଟପ୍‌ -୨୦ ରେ ପ୍ରବେଶ କରିଛନ୍ତି । ବୁଧବାର ପ୍ରକାଶିତ ସର୍ବଶେଷ ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗରେ ସୁର୍ଯ୍ୟକୁମାର ୮୦୫ ରେଟିଂ ପଏଣ୍ଟ ସହ ଦୁଇ ନମ୍ବରରେ ରହିଥିବାବେଳେ ଆୟର୍‌ ୫୭୮ ରେଟିଂ ପଏଣ୍ଟ ସହିତ ୬ ଟି ସ୍ଥାନକୁ ଉନ୍ନୀତ ହୋଇ ୧୯ତମ ସ୍ଥାନରେ ପହଞ୍ଚିଛନ୍ତି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପଞ୍ଚମ ତଥା ଅନ୍ତିମ ଟି -୨୦ ରେ ଆୟର୍‌ ୪୦ ଟି ବଲରେ ୬୪ ରନର ସର୍ବୋତ୍ତମ ଇନିଂସ ଖେଳିଥିଲେ । ପାକିସ୍ତାନ ଅଧିନାୟକ ବାବର ଆଜମ ବର୍ତ୍ତମାନ ଶୀର୍ଷ ସ୍ଥାନରେ ଅଛନ୍ତି ।
ବୋଲର ତାଲିକାରେ ସ୍ପିନର ରବି ବିଷ୍ଣୋଇ ଏବଂ କୁଲଦୀପ ଯାଦବ ମଧ୍ୟ ଟି -୨୦ ର଼୍ୟାଙ୍କିଙ୍ଗରେ ବଡ଼ ଜମ୍ପ କରିଛନ୍ତି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦୁଇଟି ମ୍ୟାଚରେ ୨୧ ବର୍ଷିୟ ବିଷ୍ଣୋଇ ୬ଟି ୱିକେଟ୍‌ ନେଇଥିଲେ । ବିଷ୍ଣୋଇ ବର୍ତ୍ତମାନ ୫୦ ଟି ସ୍ଥାନକୁ ଉନ୍ନତି ହୋଇ ୪୪ ତମ ସ୍ଥାନରେ ପହଞ୍ଚିଥିବା ବେଳେ ଫାଇନାଲ ମ୍ୟାଚରେ ତିନୋଟି ୱିକେଟ୍‌ ନେଇଥିବା କୁଲଦୀପ ୫୮ ସ୍ଥାନକୁ ଡେଇଁ ୮୭ ନମ୍ବର ସ୍ଥାନରେ ରହିଛନ୍ତି । ତେବେ ବରିଷ୍ଠ ଭୂବନେଶ୍ୱର କୁମାର ନଅ ନମ୍ବର ସ୍ଥାନକୁ ଖସି ଯାଇଛନ୍ତି ।
ଦକ୍ଷିଣ ଆଫ୍ରିକାର ରେଜା ହେଣ୍ଡ୍ରିକ୍ସ ଟି-୨୦ରେ ଉଲ୍ଲେଖନୀୟ ଲାଭ କରିଛନ୍ତି, ଆୟର୍ଲାଣ୍ଡ ଉପରେ ୨-୦ ସିରିଜ୍‌ ବିଜୟ ସମୟରେ ୭୪ ଏବଂ ୪୨ ସ୍କୋର କରି ୧୩ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବୋଲରଙ୍କ ତାଲିକାରେ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜ ୧୦ ସ୍ଥାନରୁ ୧୮ ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକାର ପେସର୍‌ ଲୁଙ୍ଗି ନିଗିଡି (ନଂ ୨୩) ଏବଂ ନ୍ୟୁଜିଲ୍ୟାଣ୍ଡର ଲକି ଫର୍ଗୁସନ୍‌ (ନଂ ୩୧) ମଧ୍ୟ ଏହି ମାନ୍ୟତାରେ ଉନ୍ନତି କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × one =