ଆଇପିଏଲ-୧୫ : ଆଜି କେକେଆରକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ

0 53

ମୁମ୍ବାଇ : ଆଇପିଏଲର ସବୁଠାରୁ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ଲିଗ୍‌ ର ୧୫ ତମ ସିଜନରେ ନିଜର ପ୍ରଥମ ବିଜୟ ସନ୍ଧାନରେ ରହିଛି । ପାଞ୍ଚ ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ୨୦୨୨ ରେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍‌ ଖେଳିଛି ଏବଂ ଉଭୟରେ ପରାଜୟର ସମ୍ମୁଖୀନ ହୋଇଛି । ବୁଧବାର ପୁଣେର ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ (ଏମସିଏ) ରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଦଳକୁ ପରବର୍ତ୍ତୀ ମ୍ୟାଚ୍‌ ଖେଳିବାକୁ ପଡିବ । ଅନ୍ୟପକ୍ଷରେ କୋଲକାତା ପ୍ରଥମ ତିନିଟି ମ୍ୟାଚ ମଧ୍ୟରୁ ଦୁଇଟି ଜିତିଥିବା ବେଳେ ଗୋଟିଏରେ ହାରିଛି । ଏହି ମ୍ୟାଚରେ କୋଲକାତା ପାଇଁ ଭଲ କଥା ହେଉଛି ପ୍ୟାଟ୍‌ କମିନ୍ସ କ୍ୱାରେଣ୍ଟାଇନ ଶେଷ କରିଛନ୍ତି ଏବଂ ବର୍ତ୍ତମାନ ସେ ଏହି ମ୍ୟାଚରେ ଦଳ ପାଇଁ ଉପଲବ୍ଧ ହେବେ ।
କୋଲକାତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ହେବାକୁ ଯାଉଛି ଏବଂ ଏଭଳି ପରିସ୍ଥିତିରେ ଦଳ ପରିଚାଳନା ସେମାନଙ୍କ ଏକାଦଶ ଖେଳିବାରେ କୌଣସି ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ । ତେବେ ଦେଖିବାକୁ ବାକି ରହିଲା କମିନ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ କାହାକୁ ବାହାରେ ବସିବ ପଡବ । ଅନ୍ୟପକ୍ଷରେ ମୁମ୍ବାଇ ପାଇଁ ଭଲ କଥା ହେଉଛି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ଫିଟ୍‌ ଏବଂ ଆଜି ମ୍ୟାଚରେ ସେ ଖେଳିବା ପ୍ରାୟତଃ ନିଶ୍ଚିତ । ୨୦୧୮ ପରଠାରୁ ପ୍ରତ୍ୟେକ ସିଜିନରେ ସେ ୩୦୦ ରୁ ଅଧିକ ରନ୍‌ କରିଛନ୍ତି । ଦୁଇଥର ୪୦୦ ରୁ ଅଧିକ ଏବଂ ଥରେ ୫୦୦ ଅଧିକ ରନ ଏଥିର ଅନ୍ତର୍ଭୁକ୍ତ । ତେବେ, ତିନି ନମ୍ବର ବର୍ତ୍ତମାନ ତାଙ୍କର ପ୍ରିୟ ସ୍ଥାନ ପାଲଟିଛି ।
କୋଲକାତା ସମ୍ଭାବ୍ୟ ଏକାଦଶ: ଅଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ଶ୍ରେୟାସ ଆୟର, ସାମ ବିଲିଙ୍ଗସ୍‌, ନୀତୀଶ ରାଣା, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ଶିବମ ମାଭି, ଉମେଶ ଯାଦବ, ପ୍ୟାଟ୍‌ କମିନ୍ସ, ବରୁଣ ଚକ୍ରବର୍ତ୍ତୀ
ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଏକଦଶ : ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ଉଇକେଟ କିପର), ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କିରେନ ପୋଲାର୍ଡ, ଟିମ ଡେଭିଡ, ଡାନିଏଲ ସାମସ, ମୁରୁଗାନ ଅଶ୍ୱିନ, ଜସପ୍ରୀତ ବୁମ୍ରା, ଟାଇମଲ ମିଲ୍ସ, ଜୟଦେବ ଉନାଦକତ

hiranchal ad1
Leave A Reply

Your email address will not be published.

four × 4 =