ମାର୍ଚ୍ଚ ୨୭ରୁ ଆଇପିଏଲ ! ଖୁବଶୀଘ୍ର ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷଣା କରିବ ବିସିସିଆଇ

0 50

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୧୫ ତମ ସିଜନ୍ ଆସନ୍ତା ମାସ ଶେଷରେ ଆରମ୍ଭ ହେବ ଏବଂ ଏହାର ଫାଇନାଲ୍ ମେ ମାସ ଶେଷରେ ଖେଳାଯିବ । କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଆସନ୍ତା ସପ୍ତାହରେ ଆଇପିଏଲ୍ ୨୦୨୨ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିବ । କରୋନା ଭାଇରସର ବିପଦକୁ ଏଡାଇବା ପାଇଁ ବିସିସିଆଇ ମହାରାଷ୍ଟ୍ରରେ ୧୫ ତମ ସିଜନରେ ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତୁତ ହୋଇଛି । ବୋର୍ଡ ଏଥର କୌଣସି ରିସ୍କ ନେବାକୁ ଚାହୁଁ ନାହିଁ । ମହାରାଷ୍ଟ୍ରରେ ଆଇପିଏଲ୍ ୨୦୨୨ ର ସମସ୍ତ ୭୦ ଟି ଲିଗ୍ ମ୍ୟାଚ୍ ଆୟୋଜନ କରିବ । ଲିଗ୍‌ର ୧୫ ତମ ସିଜନ୍ ପାଇଁ ଖେଳାଳିଙ୍କ ନିଲାମ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିଲା ।
ଇନସାଇଡ୍ ସ୍ପୋର୍ଟସ୍ ରିପୋର୍ଟ ଅନୁଯାୟୀ, ଆଇପିଏଲ୍‌ର ୧୫ ତମ ସିଜନ୍ ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଏବଂ ଏହାର ଅନ୍ତିମ ମ୍ୟାଚ୍ ମେ ମାସ ଶେଷ ସୁଦ୍ଧା ଖେଳାଯିବ । ବିସିସିଆଇର ଜଣେ ଅଧିକାରୀଙ୍କ ମତରେ ମହାରାଷ୍ଟ୍ରରେ ସମଗ୍ର ଲିଗ୍ ପର୍ଯ୍ୟାୟ ଆୟୋଜନ କରି ବିମାନ ଯାତ୍ରାକୁ ଏଡାଇ ଦିଆଯିବ, ଫଳରେ କୋଭିଡକୁ ମଧ୍ୟ ଦୂରେଇ ହେବ ।
ଖବର ଅନୁଯାୟୀ, ରିଲାଏନ୍ସ ଜିଓ ଷ୍ଟାଡିୟମକୁ ଆଇପିଏଲ୨୦୨୨ ପାଇଁ ସମ୍ଭାବ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ଗ୍ରାଉଣ୍ଡରେ ଆଇପିଏଲ୍ ମ୍ୟାଚ୍ ମଧ୍ୟ ଖେଳାଯାଇପାରିବ । ଏହି ଷ୍ଟାଡିୟମ୍ ସମସ୍ତ ଆଧୁନିକ ସୁବିଧା ସହିତ ସଜ୍ଜିତ ଏବଂ ବର୍ତ୍ତମାନ ଏହା ମୁମ୍ବାଇ ଇଣ୍ଡିଆନ୍ସର ଘରୋଇ ପଡିଆ ଅଟେ । ମୋଟ ଉପରେ ବିସିସିଆଇ ଆଇପିଏଲ୍ ୨୦୨୨ ପାଇଁ ମୁମ୍ବାଇ, ପୁଣେ ଏବଂ ଅହମ୍ମଦାବାଦ ସହ ରିଲାଏନ୍ସ ଜିଓ ଷ୍ଟାଡିୟମକୁ ଏହି ତାଲିକାରେ ରଖିଛିା ତେବେ ଜିଓ ଷ୍ଟାଡିୟମକୁ ପ୍ରସାରଣ ଟିମରୁ କ୍ଲିୟରାନ୍ସ ମିଳିପାରି ନାହିଁ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍ ୨୦୨୨ ପ୍ଲେ ଅଫ୍ ଏବଂ ଫାଇନାଲ୍ ଖେଳାଯିବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

4 × five =