ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ : ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା

0 128

ନୂଆଦିଲ୍ଲୀ: ଆଗକୁ ହେବାକୁ ଥିବା ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି ଭୁବନେଶ୍ୱର କୁମାର । ସେହିପରି କ୍ରମାଗତ ଭାବେ ଆଇପିଏଲରେ ସମସ୍ତଙ୍କୁ ପ୍ରଭାବିତ କରି ଆସୁଥିବା ରାହୁଲ ତ୍ରିପାଠୀଙ୍କୁ ପ୍ରଥମଥର ପାଇଁ ଭାରତୀୟ ଟିମ୍‌ରେ ସୁଯୋଗ ମିଳିଛି । ସେ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ଟିମ୍‌ ଇଣ୍ଡିଆର ଟି-୨୦ ସ୍କ୍ୱାଡରେ ସାମିଲ କରାଯାଇଛି । ଆଜି ବିସିସିଆଇ ଆୟର୍ଲ୍ୟାଣ୍ଡ ବିପକ୍ଷ ଦୁଇ ଟିକିଆ ଟି-୨୦ ସିରିଜ୍‌ ପାଇଁ ଖେଳାଳିଙ୍କ ନାଁ ଘୋଷଣା କରିଛି । ଏଥିରେ ରାହୁଲ ତ୍ରିପାଠୀଙ୍କ ନାଁ ରହିଛି । ସେହିପରି ଆହତ ଯୋଗୁ ଟିମ ଇଣ୍ଡିଆରୁ ଦୂରେଇ ରହିଥିବା ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଦଳକୁ କମବ୍ୟାକ କରିଛନ୍ତି । କୁଲଦୀପ ଯାଦବ ଆହତରୁ ମୁକୁଳି ନଥିବାରୁ ତାଙ୍କୁ ଏହି ସିରିଜ୍‌?ରେ ସାମିଲ କରାଯାଇ ନାହିଁ । ଦଳରେ ଭେଟରାନ ଦୀନେଶ କାର୍ତ୍ତିକଙ୍କୁ ୱିକେଟ କିପର ଭାବେ ଚୟନ କରାଯାଇଛି । ସଞ୍ଜୁ ସାମସନ ମଧ୍ୟ ଆୟର୍ଲ୍ୟାଣ୍ଡ ବିପକ୍ଷ ସିରିଜରେ ସୁଯୋଗ ପାଇଛନ୍ତି । ଏମାନଙ୍କ ବ୍ୟତୀତ ଦଳରେ ଈଶାନ କିଶନ, ଋତୁରାଜ ଗାଏକ୍ୱାଡ, ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ୟୁଜବେନ୍ଦର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ,ହର୍ଷଲ ପଟେଲ,ଆଭେଶ ଖାନ,ଅର୍ଶଦୀପ ସିଂହ ଓ ଉମ୍ରାନ ମଲିକ ରହିଛନ୍ତି । ସୂଚନାଯୋଗ୍ୟ, ଜୁନ୍‌ ୨୬ ଓ ୨୮ରେ ଭାରତ-ଆୟର୍ଲ୍ୟାଣ୍ଡ ମଧ୍ୟରେ ଦୁଇଟି ଟି଼-୨୦ ମ୍ୟାଚ ଖେଳାଯିବ । ଏହି ସମୟରେ ଭାରତର ଆଉ ଗୋଟିଏ ଟିମ୍‌ ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ଟିମ୍‌ ପାଇଁ ଅଭ୍ୟାସ କରୁଥିବ । ତେଣୁ ଆୟର୍ଲ୍ୟାଣ୍ଡ ବିପକ୍ଷରେ କୌଣସି ବରିଷ୍ଠ ଖେଳାଳି ଖେଳିବେ ନାହିଁ । ସେହିପରି ଦଳର କୋଚ୍‌ ଭାବେ ଭିଭିଏସ୍‌ ଲକ୍ଷ୍ମଣ କାମ କରିବେ ।

hiranchal ad1
Leave A Reply

Your email address will not be published.

seventeen − 8 =