ଆସନ୍ତାକାଲି ଶେଷ ଟି-୨୦; ବିରାଟ ଓ ପନ୍ତଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

0 125

କୋଲକତା : ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜର ଶେଷ ମ୍ୟାଚ୍‌ ଆସନ୍ତାକାଲି ଅର୍ଥାତ୍‌ ଫେବୃଆରୀ ୨୦ ରେ କୋଲକାତାର ଇଡେନ୍‌ ଗାର୍ଡେନ୍‌ ଗ୍ରାଉଣ୍ଡରେ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜରେ ଅଗ୍ରଣୀ ହାସଲ କରିଥିବା ଟିମ୍‌ ଇଣ୍ଡିଆ ତା’ର ବେଞ୍ଚଷ୍ଟ୍ରେନ୍ଥଙ୍କୁ ପରଖିବା ପାଇଁ ନିଶ୍ଚୟ ଚେଷ୍ଟା କରିବାକୁ ନଜର ରଖିଥିବାବେଳେ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା କେଉଁ ଦୁଇ ଖେଳାଳିଙ୍କୁ ଏମାନଙ୍କ ସ୍ଥାନରେ ଦଳରେ ସ୍ଥାନ ଦେବେ ତାହା ଆସନ୍ତାକାଲି ଜଣାପଡିବ । ଉଲ୍ଲେଖଯୋଗ୍ୟ ଯେ, ବିରାଟ କୋହଲି ଏବଂ ଋଷଭ ପନ୍ତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ଟି -୨୦ ପୂର୍ବରୁ ବାୟୋ ବବୁଲରୁ ବିସିସିଆଇ ଦ୍ୱାରା ମୁକ୍ତ ହୋଇଛନ୍ତି । ଉଭୟ ଖେଳାଳି ଶେଷ ଟି -୨୦ରେ ଟିମ୍‌ ଇଣ୍ଡିଆର ଅଂଶ ହେବେ ନାହିଁ । ସେହିପରି ଏକ ରିପୋର୍ଟ ଅନୁଯାୟୀ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ମଧ୍ୟ ଏହି ଦୁଇ ଖେଳାଳି ଓହରି ଯାଇଛନ୍ତି ।
ପନ୍ତଙ୍କ ଅନୁପସ୍ଥିତିରେ ଇଶାନ କିଶନଙ୍କୁ ୱିକେଟ୍‌ କିପିଂ କରିବେ ଏହା ନିଶ୍ଚିତ । ବିରାଟ କୋହଲିଙ୍କ ସ୍ଥାନରେ ଗାଇକୱାଡ ଏକ ଉତ୍ତମ ବିକଳ୍ପ ହେବେ । ଗାଇକୱାଡ୍‌ ଗତ କିଛି ସିରିଜରେ ଦଳରେ ସାମିଲ ହୋଇଥିଲେ ମଧ୍ୟ ଖେଳିବାର ସୁଯୋଗ ପଇନାହାନ୍ତି । ପନ୍ତଙ୍କ ସ୍ଥାନରେ ରୋହିତ ଶର୍ମା ଶ୍ରେୟସ୍‌ ଆୟର କିମ୍ବା ଶାର୍ଦ୍ଦୁୁଲ ଠାକୁରଙ୍କୁ ସ୍ଥାନ ଦେଇପାରିବେ । ଦଳରେ ଠାକୁରଙ୍କ ଆଗମନ ବୋଲିଂ ବିକଳ୍ପ ବଢାଇବ, ଆୟରଙ୍କ ଆଗମନ ବ୍ୟାଟିଂର ଗଭୀରତା ବଢାଇବ ।
ଏହି ଦୁଇଟି ପରିବର୍ତ୍ତନ ବ୍ୟତୀତ ବୋଲିଂ ୟୁନିଟରେ ମଧ୍ୟ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବେଞ୍ଚରେ ବସିଥିବା କୁଲଦୀପ ଯାଦବ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଖେଳିପାରନ୍ତି । ରବି ବିଷ୍ଣୋଇ ଏହି ସିରିଜରେ ଡେବ୍ୟୁ କରିଛନ୍ତି, ତେଣୁ ରୋହିତ ତାଙ୍କୁ ଅଧିକ ସୁଯୋଗ ଦେବାକୁ ଚାହାଁନ୍ତି ।
ଏହା ସହିତ ଆଭେଶ ଖାନଙ୍କୁ ମଧ୍ୟ ସୁଯୋଗ ମିଳିପାରେ । ସେ ଭୁବନେଶ୍ୱର କୁମାର କିମ୍ବା ଦୀପକ ଚହରଙ୍କ ସ୍ଥାନ ନେଇପାରନ୍ତି ।
ଭାରତର ସମ୍ଭାବ୍ୟ ଦଳ
ରୋହିତ ଶର୍ମା, ଇଶାନ କିଶନ, ରିତୁରାଜ ଗାଇକୱାଡ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଆଭେଶ ଖାନ

hiranchal ad1
Leave A Reply

Your email address will not be published.

16 + 13 =