ଆସନ୍ତାକାଲିଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ହକି ମହାକୁମ୍ଭ

0 69

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଜୁନିଅର ହକି ବିଶ୍ୱକପ୍‌ । ଏହି ହକି ମହାକୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି କଳିଙ୍ଗ ଷ୍ଟାଡିୟମ୍‌ । ଉଦଘାଟନୀ ଦିବସରେ ୪ଟି ମ୍ୟାଚ୍‌ ରହିଥିବା ବେଳେ ପ୍ରଥମ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା । ତେବେ କରୋନା କଟକଣା ପାଇଁ ବିନା ଦର୍ଶକରେ ସମସ୍ତ ମ୍ୟାଚ୍‌ ଖେଳାଯାଉଥିବାରୁ ହକି ପ୍ରେମୀ ନିରାଶ ହୋଇଛନ୍ତି ।
ଅପରପକ୍ଷରେ ପୁରୁଷ ଜୁନିଅର ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଙ୍ଗଳବାର ଦିନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ ପୁରୁଷ ଜୁନିଅର ହକି ବିଶ୍ୱକପ୍‌ ପାଇଁ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସୁରକ୍ଷା ଦାୟିତ୍ୱରେ ରହିବେ ଭୁବନେଶ୍ୱର ଡିସିପି ।
ଜୁନିଅର ହକି ବିଶ୍ୱକପ୍‌ ରେ ଆୟୋଜକ ଭାରତ ସମେତ ମୋଟ ୧୬ ଟିମ୍‌ ଭାଗ ନେବେ । ଖେଳାଳି ରହିବାକୁ ଥିବା ହୋଟେଲ, ଷ୍ଟାଡିୟମ ଓ ରୁଟ୍‌ ଲାଇନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । କଡା ସୁରକ୍ଷା ଭିତରେ ଖେଳାଳିଙ୍କ ବସ୍‌ ହୋଟେଲରୁ ଷ୍ଟାଡିୟମ୍‌ ଆସିବ । ଡିସେମ୍ବର ୫ ତାରିଖ ଯାଏଁ ମ୍ୟାଚ୍‌ ଚାଲିବ ।

hiranchal ad1
Leave A Reply

Your email address will not be published.

3 × 3 =