ଆଇସିସି ଟେଷ୍ଟ ମାନ୍ୟତାରେ ରୋହିତଙ୍କୁ ଫାଇଦା, ପ୍ରଥମ ଥର ହାସଲ କଲେ ଏହି ଉପଲବ୍ଧି

0 123

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଶେଷ ହେବା ପରେ ଆଇସିସି ଆଜି ଟେଷ୍ଟ ମାନ୍ୟତା ଘୋଷଣା କରିଛି । ଏଥିରେ ଭାରତର ଓପନର ରୋହିତ ଶର୍ମାଙ୍କୁ ଅଧିକ ଫାଇଦା ମିଳିଛି । ଯଦିଓ ରୋହିତ ୫ ନମ୍ବରରେ ଅଛନ୍ତି କିନ୍ତୁ ପ୍ରଥମ ଥର ତାଙ୍କ ରେଟିଂ ପଏଣ୍ଟ ୮୦୦ ରୁ ଅଧିକ ରହିଛି । ରୋହିତଙ୍କର ବର୍ତ୍ତମାନ ୮୧୩ ରେଟିଂ ପଏଣ୍ଟ ରହିଛ, ଯାହାକି ସେ ନିଜ ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ହାସଲ କରିଛନ୍ତି । ଭାରତର ଅଧିନାୟକ ବିରାଟ କୋହଲି ୬ ନମ୍ବର ସ୍ଥାନରେ ଅଛନ୍ତି । କୋହଲିଙ୍କର ରେଟିଂ ପଏଣ୍ଟ ୭୮୩ ଅଛି । ସୂଚନାଯୋଗ୍ୟ ଯେ, ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରୋହିତ ଶର୍ମା ଭାରତର ଦ୍ୱିତୀୟ ଇନିଂସରେ ଏକ ଚମତ୍କାର ଶତକ ହାସଲ କରି ୧୨୭ ରନ୍‌ ସ୍କୋର କରିବାରେ ସଫଳ ହୋଇଥିଲେ । ଯେଉଁଥିପାଇଁ ତାଙ୍କ ର଼୍ୟାଙ୍କିଙ୍ଗରେ ବହୁତ ଉନ୍ନତି ହୋଇଛି । ଏହି ରନ ବଳରେ ସେ ୪୦ ପଏଣ୍ଟ ହାସଲ କରିଥିଲେ ।
ଏହା ବ୍ୟତୀତ କୋହଲିଙ୍କ ର଼୍ୟାଙ୍କିଙ୍ଗରେ ମଧ୍ୟ ଉନ୍ନତି ହୋଇଛି ଏବଂ ୧୭ ପଏଣ୍ଟ ଆଗକୁ ଆସିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଇଂଲଣ୍ଡର ଅଧିନାୟକ ଜୋ ରୁଟ୍‌ ମାନ୍ୟତାର ଶୀର୍ଷରେ ଅଛନ୍ତି । ତାଙ୍କର ରେଟିଂ ପଏଣ୍ଟ ୯୦୩ ରହିଛି । ସେହିପରି ନ୍ୟୁଜିଲ୍ୟାଣ୍ଡର କେନ୍‌ ୱିଲିୟମସନ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଷ୍ଟିଭ୍‌ ସ୍ମିଥ୍‌ ୩ ନମ୍ବରରେ ଥିବା ବେଳେ ମାର୍ନସ୍‌ ଲାବୁସାନ ୪ ନମ୍ବରରେ ରହିଛନ୍ତି ।
ଆଇସିସି ଟେଷ୍ଟ ବୋଲିଂ ର଼୍ୟାଙ୍କିଙ୍ଗ ବିଷୟରେ କହିବାକୁ ଗଲେ ଭାରତର ଜସପ୍ରୀତ ବୁମ୍ରା ୯ ନମ୍ବରରେ ଥିବାବେଳେ ଶାର୍ଦ୍ଦୁଲ ଅଲରାଉଣ୍ଡର ମାନ୍ୟତାର ଶ୍ରେଷ୍ଠ ୨୦ ରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 3 =