ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍

0 168

ବର୍ମିଂହାମ: ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ୨୮୪ ରନରେ ଅଲଆଉଟ୍  ହୋଇଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୧୩୨ ରନରେ ଆଗୁଆ ରହିଛି। ଇଂଲଣ୍ଡ ପକ୍ଷରୁ  ଜୋନି ବେୟାରଷ୍ଟୋ ୧୦୬ ରନ କରିଥିଲେ। ସାମ ବିଲିଙ୍ଗ୍ସ ୩୬ ରନ କରିଥିବା ବେଳେ ଜୋ ରୁଟ୍ ୩୧ ରନ କରିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ ସଫଳତା ପାଇଥିବା ବେଳେ ଯଶପ୍ରୀତ ବୁମରା ୩ଟି ଓ୍ଵିକେଟ୍ ନେଇଛନ୍ତି। ଭାରତ  ପ୍ରଥମ ଇନିଂସରେ ୪୧୬ ରନ କରିଥିଲା। ମ୍ୟାଚ୍ ଆହୁରି ଅଢେଇ ଦିନ ବାକି ଥିବା ବେଳେ ଯଦି ବର୍ଷା ନହୁଏ ତେବେ ପରିଣାମ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି।

hiranchal ad1
Leave A Reply

Your email address will not be published.

eleven + 18 =