ରାହୁଲ ଓ ରୋହିତଙ୍କ ଅର୍ଦ୍ଧଶତକ, ଦ୍ୱିତୀୟ ଟି-୨୦ ଜିତିଲା ଭାରତ

0 98

ରାଞ୍ଚି: ପୁଣି ନ୍ୟୁଜିଲାଣ୍ଡକୁ ହରାଇଲା ଭରତ । ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୭ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇଛି । ଏଥି ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ଆଗୁଆ ରହିଛ ଭାରତ । କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନ୍ୟୁଜିଲାଣ୍ଡ ଦେଇଥିବା ୧୫୪ ରନର ଟାର୍ଗେଟକୁ ସହଜରେ ହାସଲ କରି ନେଇଥିଲା ଭାରତ । ମାତ୍ର ୧୭.୨ ବଲରେ ୩ ଉଇକେଟ ହରାଇ ଏହି ଲକ୍ଷ୍ୟକୁ ହାସଲ କରିଥିଲା ଟିମ ଇଣ୍ଡିଆ । ଭାରତ ପକ୍ଷରୁ କେଏଲ ରାହୁଲ ୪୯ ବଲରେ ୬୫ ରନ କରିଥିବା ବେଳେ ରୋହିତ ଶର୍ମା ୩୬ ବଲରେ ୫୫ ରନ ସାଉଦୀଙ୍କ ଶିକାର ହୋଇଥିଲେ । ସେହିପରି ୧ ରନ କରି ସୂର୍ଯ୍ୟକୁମାର ମଧ୍ୟ ସାଉଦୀଙ୍କ ଶିକାର ହୋଇଥିଲେ । ଭେଙ୍କେଟେଶ୍ୱର ଆୟର ୧୨ ରନ କରିଥିବା ବେଳେ ପନ୍ତ ୬ ବଲରେ ୧୨ କରି ଅପରାଜିତ ରହିଥଲେ ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଦୁଇ ଓପ୍ନର ଦ୍ରୁତ ଆରମ୍ଭ କରିଥିଲେ, କିନ୍ତୁ ମିଡଲ୍‌ ଅର୍ଡରରେ ଦଳର ରନ୍‌ ଗତି କମି ଯାଇଥିଲା । ଯେଉଁ କାରଣରୁ କିୱି ଟିମ୍‌ ବଡ ସ୍କୋରରୁ ବଞ୍ଚିତ ହୋଇଥିଲେ ।ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପେ୍ଲକ୍ସରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍‌ ରୋହିତ୍‌ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ଆରମ୍ଭ କରିଥିଲା । ଦୁଇ ଓପ୍ନର ମାର୍ଟିନ୍‌ ଗପ୍ଟିଲ୍‌ ଓ ଡାରିଏଲ୍‌ ମିଚେଲ୍‌ ପ୍ରଥମ ୱିକେଟ ପାଇଁ ୪୮ ରନ୍‌ ଯୋଡିଥିଲେ । ଗପ୍ଟିଲ୍‌ ୧୫ ବଲରେ ୩ ଚୌକା ଓ ୨ ଛକା ସହ ୩୧ ରନ୍‌ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ ।ଗପ୍ଟିଲଙ୍କ ଆଉଟ୍‌ ପରେ ଦଳର ରନ୍‌ ହାର ହ୍ରାସ ପାଇଥିଲା । ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ମାର୍କ ଚାପମ୍ୟାନ୍‌ ମାତ୍ର ୨୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ । ସେଟ୍‌ ବ୍ୟାଟ୍ସମ୍ୟାନ୍‌ ମିଚେଲଙ୍କୁ ଆଉଟ୍‌ କରି ଡେବ୍ୟୁଟାଣ୍ଟ ହର୍ଷଲ ପଟେଲ ନିଜର ପ୍ରଥମ ଶିକାର ହାସଲ କରିଥିଲେ । ମିଚେଲୋ ୨୮ ବଲରେ ୩ ଚୌକା ସହ ୩୧ ରନ୍‌ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven − six =