ନୂଆଦିଲ୍ଲୀ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଶେଷ ମ୍ୟାଚ୍ ଆଜି କୋଲକାତାର ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡରେ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏହି ସିରିଜ ଜିତିଥିବାରୁ ଏହି ମ୍ୟାଚରେ ଭାରତ ପାଇଁ ସେତେଟା ଗୁରୁତ୍ୱ ନାହିଁ । କିନ୍ତୁ ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ନିହାତି ଚାହିଁବ । ସେହିପରି ଭାରତ ମଧ୍ୟ ଏହି ମ୍ୟାଚକୁ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ଭାରତ ସିରିଜ ଜିତି ସାରିଥିବାରୁ ଏକାଦଶରେ କିଛି ପରିବର୍ତ୍ତନ କରି ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରି । ଟିମ୍ ଇଣ୍ଡିଆ କେ.ଏଲ୍ ରାହୁଲ, ଆର ଅଶ୍ୱିନ୍, ଋଷଭ ପନ୍ତ ଏବଂ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦେଇପାରେ । ଏଭଳି ପରିସ୍ଥିତିରେ କେଏଲଙ୍କ ସ୍ଥାନରେ ଓପନର୍ ରିତୁରାଜ ଗାଇକୱାଡ, ପନ୍ତଙ୍କ ସ୍ଥାନରେ ଇଶାନ କିଶନ, ଅଶ୍ୱିନଙ୍କ ସ୍ଥାନରେ ୟୁଜଭେନ୍ଦ୍ର ଚହଲ, ଭୁବିଙ୍କ ସ୍ଥାନରେ ଆଭେଶ ଖାନଙ୍କୁ ସୁଯୋଗ ମିଳିପାରେ । ଏହିପରି ହେଲେ ଦଳର ସମସ୍ତ ସଦସ୍ୟ ଏହି ସିରିଜରେ ଖେଳିବାର ସୁଯୋଗ ପାଇବେ ।
ଭାରତର ସମ୍ଭାବ୍ୟ ଏକାଦଶ
ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ / ରିତୁରାଜ ଗାଇକୱାଡ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ / ଇଶାନ କିଶନ (ଉଇକେଟ କିପର), ଭେଙ୍କଟେସ ଆୟର, ଅକ୍ଷର ପଟେଲ/ୟୁଜୁଭେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ୱନୀ, ଭୁବନେଶ୍ୱର