ଗୁରୁ ଧୋନିଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ, ଏହି ମାମଲାରେ ଭାରତର ନମ୍ବରୱାନ ୱିକେଟକିପର ହେଲେ

0 71

କୋଲକତା : ଭାରତୀୟ ଦଳର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ତାଙ୍କ ଗୁରୁ ଭାବେ ବିବେଚନା କରିଥାନ୍ତି । ଧୋନିଙ୍କ ସହ ତାଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ସୁଯୋଗ ମଧ୍ୟ ମିଳିଥିଲା । ଯଦିଓ, ବର୍ତ୍ତମାନ ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳୁନଥିବା ବେଳେ ଶିଷ୍ୟ ପନ୍ତ ଅନ୍ତର୍ଜାତୀୟ କ୍ରିକେଟରେ କ୍ରମାଗତ ଭାବରେ ଖେଳୁଛନ୍ତି । ଏହି ସମୟ ମଧ୍ୟରେ ପନ୍ତ ଧୋନିଙ୍କ ଏକ ରେକର୍ଡ ଭାଙ୍ଗିଛନ୍ତି । ଭାରତ ପକ୍ଷରୁ ଟି-୨୦ ମ୍ୟାଚରେ ସର୍ବାଧିକ ଅର୍ଦ୍ଧଶତକ ଅର୍ଜନ କରିବାରେ ପନ୍ତ ନମ୍ବରୱାନ ହୋଇଛନ୍ତି । ଏହା ମଧ୍ୟ ନୁହେଁ ଯେ, ପନ୍ତ ନାମରେ ବହୁତ ଗୁଡିଏ ଅର୍ଦ୍ଧଶତକ ରହିଛି । ସେ ମାତ୍ର ତିନି ଥର ଏହି ଉପଲବ୍ଧ ହାସଲ କରିଛନ୍ତି । ଏଥି ମଧ୍ୟରେ ଆଜି କୋଲକତାରେ ଇଣ୍ଡିଜ ବିପକ୍ଷରେ ସେ ଅର୍ଜନ କରିଥିବା ଅର୍ଦ୍ଧଶତକ ମଧ୍ୟ ରହିଛି । ଆଜିର ମ୍ୟାଚରେ ପନ୍ତ ୨୭ ବଲରେ ୭ଚୌକା ଓ ଗୋଟିଏ ଛକା ସହାୟତାରେ ସେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା କରି ସେ ଏମ୍‌ଏସ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ଧୋନୀ ୯୮ଟି ମ୍ୟାଚ ଖେଳି ଏହି ଫର୍ମାଟରେ ଦେଶ ପାଇଁ ମାତ୍ର ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ । କିନ୍ତୁ ଋଷଭ ପନ୍ତ ୪୩ଟି ମ୍ୟାଚ ଖେଳି ତିନୋଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ଧୋନୀ ନାମରେ ଏହି ଫର୍ମାଟରେ ଅଧିକ ଅର୍ଦ୍ଧଶତକ ନରହିବାର କାରଣ ହେଲା ସେ ପ୍ରାୟତଃ ୬ ଓ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥାନ୍ତି । ତେବେ ପନ୍ତ ଟପ୍‌ ଅର୍ଡରରୁ ୫ ନମ୍ବର ପର୍ଯ୍ୟନ୍ତ ବ୍ୟାଟିଂ କରିଥାନ୍ତି । ଏଭଳି ପରିସ୍ଥିତିରେ ସେ ରନ୍‌ ସ୍କୋର କରିବା ଏବଂ ବଡ ଇନିଂସ ଖେଳିବାର ଅଧିକ ସୁଯୋଗ ପାଆନ୍ତି । ତେବେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଏମଏସ ଧୋନି ହାରାହାରି ୩୭ରୁ ଅଧିକ ହୋଇଥିବାବେଳେ ପନ୍ତ ହାରାହାରି ୨୪ ରୁ ଅଧିକ ।

hiranchal ad1
Leave A Reply

Your email address will not be published.

5 × 1 =