ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା ଆଜି, ଏମିତି ହୋଇପାରେ ଦଳ

0 169

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୧ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହେବ । ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ନେତୃତ୍ୱଧୀନ ଚୟନ ସମିତି ମୁମ୍ବାଇରେ ହେବାକୁ ଥିବା ବୈଠକରେ ଟିମ୍‌ ଇଣ୍ଡିଆର ଦଳ ଘୋଷଣା କରିବ । ଏହି ସମୟରେ ଅଧିନାୟକ ବିରାଟ କୋହଲି ଭର୍ଚୁଆଲ ମାଧ୍ୟରେ ବୈଠକରେ ସାମିଲ ହେବେ । ସେହିପରି ବିସିିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହ ମଧ୍ୟ ଏହି ବୈଠକରେ ଯୋଡି ହେବେ । ସୂଚନାଯୋଗ୍ୟ ଯେ, ବିଶ୍ୱକପରେ ଭାଗ ନେବାକୁ ଥିବା ସମସ୍ତ ଦଳ ସେପ୍ଟେମ୍ବର ୧୦ ସୁଦ୍ଧା ଦଳ ଘୋଷଣା କରିବେ । ଟି-୨୦ ବିଶ୍ୱକପ ପାଇଁ ବିସିସିଆଇ ୧୫ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିବ । ଏହା ବ୍ୟତୀତ ୫ ଖେଳାଳିଙ୍କୁ ରିଜର୍ଭ ଭାବେ ସାମିଲ କରିପାରେ । ଆଇଇସିସି କେବଳ ୧୫ ଖେଳାଳିଙ୍କ ଖର୍ଚ୍ଚ ଉଠାଇବ । ରିଜର୍ଭ ଖେଳାଳିଙ୍କ ଖର୍ଚ୍ଚ ସଂପୃକ୍ତ ଦଳକୁ ଉଠାଇବାକୁ ପଡିବ ।
ଯୁବ ୱିକେଟ କିପର ଇଶାନ କିଶାନ ଶ୍ରୀଲଙ୍କା ଗସ୍ତରେ ଭଲ ଇନିଂସ ଖେଳିଥିବାରୁ ଇଶାନଙ୍କୁ ଦଳରେ ସାମିଲ କରାଯାଇପାରେ । ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ଚହରଙ୍କୁ ମଧ୍ୟ ଦଳ ସାମିଲ କରାଯାଇପାରେ ବୋଲି ଆଲୋଚନା ହେଉଛି । ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟ ଏବେ ବୋଲିଂ କରୁନଥିବାରୁ ଶାର୍ଦୁଲ ଠାକୁରଙ୍କ ନାମକୁ ମଧ୍ୟ ବିଚାର ନେଇପାରେ ଚୟନ ସମିତି । ଶାର୍ଦ୍ଦୁଲ ନିକଟରେ ଶେଷ ହୋଇଥିବା ଓଭାଲ ଟେଷ୍ଟରେ ଆକର୍ଷଣୀୟ ଅଲରାଉଣ୍ଡର ପ୍ରଦର୍ଶନ କରିଛନ୍ତି । ମଧ୍ୟମକ୍ରମରେ ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ସ୍ଥାନ ପକ୍କା ବୋଲି କୁହାଯାଉଛି । ଅଲରାଉଣ୍ଡର ୱାଂଶିଟନ ସୁନ୍ଦର ଏବେ ଆହତ କାରଣରୁ ଆଇପିଏଲରେ ଦୂରେଇ ଯାଇଥିବାରୁ ତାଙ୍କୁ ଦଳ ସ୍ଥାନ ମିଳିନପାରେ । ବାମହାତୀ ବୋଲର ଚେତନ ସକାରିଆ ଓ ନଟରାଜନଙ୍କ ନାମକୁ ମଧ୍ୟ ବିଚାରକୁ ନିଆଯାଇପାରେ । କିନ୍ତୁ ନଟରାଜନ ନିକଟ ଅତୀତରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳିନଥିବା ବେଳେ ସକାରିଆ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳରେ ସାମିଲ ହୋଇଥିଲେ । ସକାରିଆକୁ ନେଟ୍‌ ବୋଲରେ ଭାବେ ଦଳରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି ।
ଭାରତର ସମ୍ଭାବିତ ଦଳ-ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଉଇକେଟ କିପର), ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା,ମହମ୍ମଦ ସାମୀ, ଜସପ୍ରିତ ବୁମରାହ, ଦୀପକ ଚହର, ୟୁଜିବେନ୍ଦ୍ର ଚହଲ, ଶ୍ରେୟସ ଆୟର, ଈଶାନ କିଶାନ, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର ।

hiranchal ad1
Leave A Reply

Your email address will not be published.

5 × one =