ଆଇପିଏଲ ପ୍ରସ୍ତୁତି ପାଇଁ ସୁରତରେ ପହଞ୍ଚିଲେ ଧୋନୀ, ଖେଳିବେ ଅଭ୍ୟାସ ମ୍ୟାଚ

0 75

ସୁରତ : ଡିଫେଣ୍ଡିଂ ଆଇପିଏଲ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ) ୧୫ ତମ ସିଜନ୍‌ ପାଇଁ ଗୁଜୁରାଟର ସୁରଟରେ ତାଲିମ ଶିବିର ଆୟୋଜନ କରୁଛି । ଏଥିପାଇଁ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସୁରଟରେ ପହଞ୍ଚିଛନ୍ତି । ସିଏସକେର ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ଧୋନୀଙ୍କ ଏକଫଟୋ ସେୟାର କରି ଫ୍ରାଞ୍ଚାଇଜ୍‌ ଏହି ସୂଚନା ଦେଇଛି । ଧୋନିଙ୍କ ନେତୃତ୍ୱରେ ଦଳର ଅଧିକାଂଶ ଖେଳାଳି ମାର୍ଚ୍ଚ ୭ ରୁ ସୁରଟର ଲାଲା ଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିବେ ।
ଧୋନିଙ୍କ ସମେତ ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳିମାନେ ସହରର ଏକ ଘରୋଇ ହୋଟେଲରେ ରହିବେ । ପୁରା ଟିମ୍‌ ବାୟୋ ବବୁଲରେ ରହିବ । ହୋଟେଲରୁ ଷ୍ଟାଡିୟମକୁ ଯିବା ଆସିବା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଅଭ୍ୟାସ ସମୟରେ ମଧ୍ୟ ଷ୍ଟାଡିୟମର କର୍ମଚାରୀଙ୍କୁ ମଧ୍ୟ ଗ୍ରାଉଣ୍ଡ ଯିବାକୁ ଅନୁମତି ଦିଆଯିବ ନାହିଁ । ଡିଫେଣ୍ଡିଂ ଚାମ୍ପିଅନ୍‌ ମାର୍ଚ୍ଚ ୭ ରୁ ୨୨ ପର୍ଯ୍ୟନ୍ତ ସୁରଟରେ ଟ୍ରେନିଂ ନେବେ ।

hiring


ଅଭ୍ୟାସ ବ୍ୟତୀତ ଧୋନିଙ୍କ ଦଳ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଖେଳିବ । ଯଦି ୱାର୍ମ ଅପ୍‌ ମ୍ୟାଚ୍‌ ସମୟରେ ଦଳର କୌଣସି ଖେଳାଳି ଆହତ ହୁଅନ୍ତି କିମ୍ବା ତାଙ୍କୁ ଡାକ୍ତରୀ ସାହାଯ୍ୟ ଆବଶ୍ୟକ କରନ୍ତି, ତେବେ ତାଙ୍କୁ ମହାବୀର ଏବଂ ସୂର୍ଯ୍ୟକିରଣ ଡାକ୍ତରଖାନାକୁ ନିଆଯିବ । ଡାକ୍ତରଖାନାରେ ବାୟୋ ବୁବୁଲ୍ସ ସ୍ଥାପନ କରାଯାଇଛି, ଯାହା ଦ୍ୱାରା ଖେଳାଳୀଙ୍କୁ ସେମାନଙ୍କ ଦଳରେ ଯୋଗଦେବା ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ନାହିଁ ।
ଏଥର ୧୨ ଟି ଡବଲ୍‌ ହେଡର୍‌ ମ୍ୟାଚ୍‌ ହେବ । ୨୬ ମାର୍ଚ୍ଚରୁ ଆଇପିଏଲ ୨୦୨୨ ର ମ୍ୟାଚ୍‌ ଆରମ୍ଭ ହେବ । ଏଥର ସମସ୍ତ ୧୦ ଟିମକୁ ଦୁଇଟି ଦଳରେ ବିଭକ୍ତ କରାଯାଇଛି । ଗ୍ରୁପ୍‌ ବିରେ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍‌ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷେ୍ନା÷÷ ସୁପରଜଏଣ୍ଟସକୁ ରଖାଯାଇଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ଗ୍ରୁପ ବିରେ ସ୍ଥାନ ପାଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × 3 =