ରୋହିତ ଓ ବିରାଟ ମଧ୍ୟରେ କିଛି ଭୁଲ ବୁଝାମଣା ଅଛି କି

0 119

ମୁମ୍ବାଇ : ରୋହିତ ଶର୍ମାଙ୍କୁ ବିସିସାଇ ଦିନିକିଆ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିବା ପରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ଉଭୟ ମଧ୍ୟରେ ଯେମିତି ସବୁକିଛି ଠିକ୍‌ ନଥବା ଆଶଙ୍କା କରାଯାଉଛି । ଏହାର ମଧ୍ୟ ବହୁ କାରଣ ରହିଛି । ଦକ୍ଷିଣ ଆଫ୍ରିକା ଗସ୍ତର ତିନି ଦିନ ପୂର୍ବରୁ ରୋହିତ ଆହତ ହୋଇ ଟେଷ୍ଟ ସିରିଜରୁ ବାଦ ପଡିବା ଓ ଏବେ ବିରାଟ କୋହଲି ଦିନିକିଆ ସିରିଜରୁ ଓହରିବା ମଧ୍ୟ ଏହି ଆଶଙ୍କାକୁ ଆହୁରି ଦ୍ୱିଗୁଣିତ କରିଦେଇଛି । କୁହାଯାଉଛି ଯେ, ଦିନିକିଆ ଅଧିନାୟକ ପଦରୁ ବିରାଟଙ୍କୁ ହଟାଇବା ପରେ ସେ ବିସିସିଆଇ ଉପରେ ଖପ୍ପା ହୋଇଛନ୍ତି । ଏ ସମସ୍ତ ଘଟଣା ଉପରେ ବିସିସାଇ ଜଣେ ଅଧିକାରୀ ସ୍ପଷ୍ଟ ଭାବରେ କହିଛନ୍ତି । ସେ ନ୍ୟୁଜ-୯ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ବିରାଟ କୋହଲି ଆମକୁ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଉପଲବ୍ଧ ହେବେ ନାହିଁ । ବିରାଟ ସେହି ସମୟରେ ପରିବାର ହିତ ସମୟ ବିତାଇବାକୁ ଚାହୁଁଛନ୍ତି । ତେଣୁ ସୋସିଆଲ ମିଡିଆର ଗୁଜୁବକୁ ଅଧିକ ପଢନ୍ତୁ ନାହିଁ ବୋଲି ଏହି ବିସିସିଆଇ ଅଧିକାରୀ ଜଣକ କହିଛନ୍ତି । ସେ କହିଛନ୍ତି ଉଭୟ ରୋହିତ ଓ ବିରାଟଙ୍କ ମଧ୍ୟରେ ସବୁ କିଛି ଠିକ୍‌ ଅଛି ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ଜାନୁଆରୀ ମାସ ୧୯ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ଟେଷ୍ଟ ସିରିଜ ୧୫ରେ ଶେଷ ହେବ । ଦିନିକିଆ ସିରିଜ ଆରମ୍ଭ ପୂର୍ବରୁ ରୋହିତ ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଛି । ଦିନିକିଆ ସିରିଜରୁ ବିରାଟ ଓହରି ଯିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ରୋହିତଙ୍କ ଅଧିନାୟକତ୍ୱରେ ବିରାଟଙ୍କୁ ଖେଳିବାର ଦେଖିବାକୁ ପ୍ରଶଂସାକୁ ଆଉ କିଛି ସମୟ ଅପେକ୍ଷା କରିବ । ରୋହିତ ଏ ପର୍ଯ୍ୟନ୍ତ ୧୦ ଦିନିକିଆରେ ନେତୃତ୍ୱ ନେଇ ଭାରତକୁ ୮ଟି ମ୍ୟାଚରେ ବିଜୟୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + twelve =