ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବିଶିପଡ଼ା ଠାରେ ପ୍ରଥମ ବାର୍ଷିକ ଶିବରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଗୋଟି ଦଳଙ୍କୁ ନେଇ ଖେଳା ଯାଇଥିଲା । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଜାଗ୍ରତ କନ୍ଧମାଳର ସଂପାଦକ, ତଥା ହିନ୍ଦ ମଜଦୁର ସଭାର ଜିଲ୍ଲା ଆବାହକ, ଆଇନଜୀବୀ ସତ୍ୟ ନାରାୟଣ ବେହେରା, ବିଶିପଡ଼ା ସରପଞ୍ଚ ସାକାଳୀ କହଁର, ପ୍ରଧାନ ଶିକ୍ଷକ ସଞ୍ଜୟ ସାହୁ, ପଞ୍ଚାୟତ ଅଫିସର ପ୍ରମୋଦ ସାହାଣୀ, ଫରେଷ୍ଟର ଅଜିତ ସାହାଣୀ, ଶିକ୍ଷକ ସନ୍ତୋଷ ପ୍ରଧାନ, ଶିକ୍ଷକ ଚତୁର୍ଭୁଜ ବେହେରା, ସୁକାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ସୁକାନ୍ତ ବେହେରା ସଭା ପରିଚାଳନା କରିଥିଲେ । ଫାଇନାଲରେ ଦଡକି ଗ୍ରୁପ ଏବଂ ଗଣେଷରୁ ଗ୍ରୁପ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ପ୍ରଥମେ ଗଣେଷରୁ ଗ୍ରୁପର ଖେଳାଳି ମାନେ ବ୍ୟାଟିଙ୍ଗ କରି ୧୦ ଓଭରରେ ୯୬ ରନ ସଂଗ୍ରହ କରିଥିଲେ । ଶେଷରେ ଦଡକି ଗ୍ରୁପର ଖେଳାଳି ମାନେ ସମସ୍ତ ଉଇକେଟ ହରାଇ ମାତ୍ର ୭୦ ରନ କରିବା ପାଇଁ ସମର୍ଥ ହୋଇଥିଲେ । ଆଶ୍ଚର୍ଯ୍ୟର କଥା ଗଣେଶରୁ ଗ୍ରୁପରୁ ଖେଳାଳି ମାନଙ୍କ ମଧ୍ୟରୁ ବାପା ମଦନ ପାଣ୍ଡେ କହଁର (୪୨), ବଡ଼ ପୁଅ ଅମିତ୍ ଶର୍ମା କହଁର (୨୧), ସାନ ପୁଅ ଅଜିତ ଶର୍ମା କହଁର (୧୮) ସାଙ୍ଗ ଭଳି ସୁନ୍ଦର ଖେଳ ପ୍ରଦଶନ ବାପା ମଦନ ପାଣ୍ଡେ କହଁର ୨ ଟି ଛକା ମାରିଥିଲେ । ଏବଂ ସମସ୍ତଙ୍କଠାରୁ ମୁନା କହଁର ସର୍ବାଧିକ ୩୭ ରନ କରିଥିଲେ । ଶେଷରେ ଗଣେଶରୁ ଗ୍ରୁପର ଖେଳାଳି ମାନଙ୍କୁ ଟ୍ରଫି ସହ ୪୫୦୦ ଟଙ୍କା ମୁଖ୍ୟ ଅତିଥି ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏବଂ ଶିବରାମ ସାହୁଙ୍କର ପରିବାର ବର୍ଗଙ୍କୁ ମୁଖ୍ୟ ଅତିଥି ଧନ୍ୟବାଦ୍ ଦେବା ସହ ତାଙ୍କର ଗୁଣ ଓ ଗାରିମା ପରି ପ୍ରକାଶ କରିଥିଲେ । ସମସ୍ତ ସାଙ୍ଗ ସାଥୀ, ବନ୍ଧୁବାନ୍ଧବ ତାଙ୍କର ସ୍ମୃତିକୁ ମନେ ପକାଇ ସ୍ମୃତି ଚାରଣ କରିଥିଲେ ।