ଜାଡେଜାଙ୍କୁ ଅଧିନାୟକ କରି ବଡ ଭୁଲ କରିଥିଲା ସିଏସକେ : ସେହ୍ୱାଗ

0 70

ମୁମ୍ବାଇ : ଚାରିଥର ଚାମ୍ପିଅନ୍‌ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଇପିଏଲ୍‌ ୨୦୨୨ ପ୍ଲେ ଅଫ୍‌ ଦୌଡ଼ରୁ ସମ୍ଭବତଃ ବାଦ ପଡିଛି । ଏହି ସିଜନରେ ଦଳ ଏପର୍ଯ୍ୟନ୍ତ ୧୦ ଟି ମ୍ୟାଚ ମଧ୍ୟରୁ ୩ ଟି ଜିତିଛି । ଲିଗ୍‌ ର ୧୫ ତମ ସିଜନରେ ସିଏସକେର ଖରାପ ପ୍ରଦର୍ଶନ ପାଇଁ ଅଧିନାୟକଙ୍କ ପରିବର୍ତ୍ତନ ମଧ୍ୟ କାରଣ ରହିଛଇ । ସିିଜିନ ଆରମ୍ଭ ପୂର୍ବରୁ ଧୋନି ସିଏସକେର ଅଧିନାୟକତ୍ୱ ଛାଡି ରବିନ୍ଦ୍ର ଜାଡେଜାଙ୍କୁ ଦଳର ଦାୟିତ୍ୱ ଦେଇଥିଲେ । କିନ୍ତୁ ଜାଡେଜା କ୍ରମାଗତ ପରାଜୟ ପରେ ଧୋନିଙ୍କୁ ପୁଣି ଅଧିନାୟକ ଦାୟିତ୍ୱ ଫେରାଇ ଦେଇଥିଲେ । ଯାହା ବହୁ ଡେରି ହୋଇଯାଇଥିଲା, ଦଳ ଦ୍ୱିତୀୟ ଥର ପାଇଁ ପ୍ଲେ ଅଫ୍‌ରୁ ବାଦ ପଡିବା ଏକ ପ୍ରକାର ଥୟ ହୋଇପଡିଛି ।
ଏହି ସମୟରେ, ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର୍‌ ବିରେନ୍ଦ୍ରେ ସେହ୍ୱାଗ କହିଛନ୍ତି ଯେ ସିଏସକେ ପ୍ରଥମେ ଜାଡେଜାଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରି ଭୁଲ୍‌ କରିଛି । ସେ କହିଛନ୍ତି ଯେ ଯଦି ଧୋନି ଆରମ୍ଭରୁ ଅଧିନାୟକ ରହିଥାନ୍ତେ, ତେବେ ସିଏସକେ ଏତେ ମ୍ୟାଚ୍‌ ହାରି ନଥାନ୍ତା ।
ବୁଧବାର ସିଏସକେ ପରାଜୟ ପରେ ସେହ୍ୱାଗ କ୍ରିକବଜଙ୍କୁ କହିଛନ୍ତି ଯେ, ପ୍ରଥମ ଭୁଲ ସିଜିନ ଆରମ୍ଭରେ ଯେତେବେଳେ ସେ ଘୋଷଣା କରିଥିଲେ ଯେ ଧୋନି ଅଧିନାୟକ ହେବେ ନାହିଁ ଏବଂ ଜାଡେଜା ଦଳର ନୂତନ ଅଧିନାୟକ ହେବେ । ଏହା ଏକ ଭୁଲ ନିଷ୍ପତ୍ତି ଥିଲା । ପ୍ଲେଇଙ୍ଗ ଏକାଦଶ ଠିକ୍‌ ଭାବରେ ଚୟନ ହୋଇପାରନଥିଲା । କାହାକୁ ଖେଳାଯିବ କାହାକୁ ନୁହେଁ ତାହା ଠିକ୍‌ ଭାବରେ ସ୍ଥିର ହୋଇପାରିନିଲା । ରିତୁରାଜ ଗାଇକୱାଡ ଆରମ୍ଭରେ ରନ୍‌ ସ୍କୋର କରିପାରିନଥିଲେ । ସେ ଆରମ୍ଭରୁ ଫେଲ୍‌ ମାରିଥିବାରୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଖରାପ ପ୍ରଦର୍ଶନ କରିଥିଲେ । ଯଦି ଧୋନି ଆରମ୍ଭରୁ ଅଧିନାୟକ ରହିଥାନ୍ତେ, ତେବେ ସିଏସକେ ହୁଏତ ଏତେ ମ୍ୟାଚ୍‌ ହାରି ନଥାନ୍ତା ।
ଏହି ସିଜିନର ୧୦ ଟି ମ୍ୟାଚରେ ଜାଡେଜା ଏପର୍ଯ୍ୟନ୍ତ ୧୯.୩୩ ହାରରେ ମାତ୍ର ୧୧୬ ରନ୍‌ ସଂଗ୍ରହ କରିଥିବାବେଳେ ୭.୫୨ ଇକୋନୋମିକରେ ପାଞ୍ଚଟି ୱିକେଟ୍‌ ନେଇଛନ୍ତି । ୧୦ ଟି ମ୍ୟାଚରୁ ସିଏସକେ ମାତ୍ର ୬ ପଏଣ୍ଟ ପାଇଛି ଏବଂ ଦଳ ଟୁର୍ଣ୍ଣାମେଣ୍ଟରୁ ପ୍ରାୟ ବାହାର ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

5 × one =