ଟେଷ୍ଟ ସିରିଜ ପୂର୍ବରୁ ଡରିଲେଣି ଦ.ଆଫ୍ରିକା ଅଧିନାୟକ, କହିଲେ ଏହି ବୋଲର ଆମ ପାଇଁ ବିପଦ

0 98

ସେଞ୍ଚୁରିଅନ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଆଉ ଏକ ସପ୍ତାହରୁ କମ୍‌ ସମୟ ରହିଛି । ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍‌ ଡିସେମ୍ବର ୨୬ ରୁ ସେଞ୍ଚୁରିଅନରେ ହେବାକୁ ଥିବା ପ୍ରଥମ ଟେଷ୍ଟ ସହିତ ଆରମ୍ଭ ହେବ । ସିରିଜ୍‌ ଆରମ୍ଭ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ ଏଲଗାର ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ତାଙ୍କ ଦଳ ପାଇଁ ବିପଦ ବୋଲି କହିଛନ୍ତି । ସେ କହିଛନ୍ତି ଯେ ବିଦେଶରେ ଭାରତୀୟ ବୋଲିଂ ଆକ୍ରମଣରେ ବହୁତ ଉନ୍ନତି ହୋଇଛି ଏବଂ ବୁମ୍ରା ଦ୍ରୁତ ବୋଲରଙ୍କ ସାହାଯ୍ୟକାରୀ ପିଚର ଫାଇଦା ଉଠାଇବାରେ ସକ୍ଷମ ହୋଇଛନ୍ତି ।
୨୦୧୮ ପରଠାରୁ ଭାରତ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ସିରିଜ୍‌ ଖେଳିବ । ୨୦୧୮ରେ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୧-୨ରେ ପରାଜୟର ସମ୍ମୁଖୀନ ହୋଇଥିଲା । ଏହି ସିରିଜରେ ବୁମ୍ରା ତାଙ୍କ ଟେଷ୍ଟ ଡେବ୍ୟୁ କରିଥିଲେ । ସେହି ଦିନଠାରୁ ।ଉ ସେ ପଛକୁ ଫେରିନାହାନ୍ତି । ଏବେ ଭାରତୀୟ ବୋଲିଂ ବାହିନୀ ପ୍ରମୁଖ ସଦସ୍ୟ ପାଲଟିଛନ୍ତି ।

hiranchal ad1
Leave A Reply

Your email address will not be published.

two × two =