ଧୋନୀ ହେବେ କି ଭାରତୀୟ ଦଳର ମୁଖ୍ୟ କୋଚ୍‌ ?

0 97

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଏଥିସହିତ ଭାରତର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମେଣ୍ଟର ଭାବେ ନିଯୁକ୍ତି କରିଛି ବିସିସିଆଇ । ଏହାକୁ ନେଇ ବହୁ ପୂର୍ବତନ କ୍ରିକେଟର ପ୍ରଶ୍ନ ଉଠାଇଥିବା ବେଳେ ଆଉ କେତେକ ଏହା ଦଳ ପାଇଁ ଫାଇଦା ଦେବ ବୋଲି କହିଛନ୍ତି । ପୂର୍ବତନ କ୍ରିକେଟର ଅଜୟ ଜାଡେଜା କହିଛନ୍ତି ଯେ, ଦଳରେ ଅଧିନାୟକ ବିରାଟ କୋହଲି ଓ ଶାସ୍ତ୍ରୀଙ୍କ ଭଳି କୋଚ୍‌ ଥିବା ବେଳେ ଦଳକୁ ମେଣ୍ଟରର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଛନ୍ତି । ଆଉ କେତେକ କ୍ରିକେଟ ସମୀକ୍ଷକ କହିଛନ୍ତି ଯେ, ଧୋନୀଙ୍କୁ ମେଣ୍ଟର ନିଯୁକ୍ତି କରି ବିସିସିଆଇ ତାଙ୍କର କୋଚିଂ ପ୍ରସ୍ତୁତିର ଏହା ପ୍ରଥମ ପଦକ୍ଷପ ହୋଇଥାଇପାରେ ବୋଲି କହିଛନ୍ତି । ଉଲ୍ଲେଖ ଯୋଗ୍ୟ ରବି ଶାସ୍ତ୍ରୀ ୨୦୧୬ ଟି -୨୦ ବିଶ୍ୱକପ ସମୟରେ ଟିମ୍‌ ଇଣ୍ଡିଆର ନିର୍ଦ୍ଦେଶକ ଥିଲେ । ୨୦୧୪ ରେ ଦଳର ନିର୍ଦ୍ଦେଶକ ହୋଇଥିବା ଶାସ୍ତ୍ରୀ ବିଶ୍ୱକପ ପରେ ଦଳ ଛାଡିଥିଲେ, ମାତ୍ର ଗୋଟିଏ ବର୍ଷ ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ସେ ଗତ ଚାରି ବର୍ଷ ଧରି ଦଳର କୋଚ୍‌ ଅଟନ୍ତି । କୁହାଯାଉଛି ଟି -୨୦ ବିଶ୍ୱକପ ପରେ ଶାସ୍ତ୍ରୀ ଏବଂ ତାଙ୍କ ସହକାରୀ କୋଚିଂଷ୍ଟାଫ୍‌ ନିଜର ପଦର ଅବ୍ୟାହିତ ନେବେ ।
ଏଭଳି ପରିସ୍ଥିତିରେ ଦଳକୁ ଏକ ନୂତନ କୋଚିଂ ଗ୍ରୁପ୍‌ ଦରକାର ହେବ । ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଦଳର ମୁଖ୍ୟ କୋଚ୍‌ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଦ୍ରାବିଡ ଭାରତ ଏ ଦଳର କୋଚ୍‌ ରହିଛନ୍ତି । ବର୍ତ୍ତମାନ ସେ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀ (ଏନସିଏ) ର ମୁଖ୍ୟ । ସୂଚନାଯୋଗ୍ୟ ଦ୍ରାବିଡ ଏନସିଏ ମୁଖ୍ୟ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ଏଭଳି ପରିସ୍ଥିତିରେ ଧୋନି ବିଶ୍ୱକପ ପରେ ଭାରତୀୟ ଦଳର କୋଚ ପଦ ପାଇଁ ନିଜ ନାମକୁ ସାମିଲ କରିପାରନ୍ତି । ଏହା ଧୋନୀଙ୍କ ଉପରେ ନିର୍ଭର କରେ । ସେହିପରି ମେଣ୍ଟର ଭାବେ ସେ ଦଳକୁ କେଉଁଭଳି ଫାଇଦା ଦେଉଛନ୍ତି ତାହା ମଧ୍ୟ ଦେଖିବାକୁ ବାକି ରହିଲେ । ନିର୍ଦ୍ଦେଶକ ଭାବରେ ଦଳ ସହିତ ଶାସ୍ତ୍ରୀ ଯୋଡି ହୋଇ ପ୍ରଶିକ୍ଷକ ହୋଇଥିଲେ । ଏଣୁ ଧୋନୀ ମେଣ୍ଟର ହୋଇ ଆଗକୁ ଦଳର ମୁଖ୍ୟ କୋଚ୍‌ ହୋଇପାରନ୍ତି ।
ଅଶୋକ ମାଲହୋତ୍ରା କହିଛନ୍ତି ଯେ ଭବିଷ୍ୟତରେ ଧୋନୀ କୋଚ୍‌ ଦାୟିତ୍ୱ ମଧ୍ୟ ଦିଆଯାଇପାରିବ । ଯେହେତୁ ରାହୁଲ ଦ୍ରାବିଡ ଏନସିଏର ଦାୟିତ୍ୱ ଗ୍ରହଣ କରିବାକୁ ଇଚ୍ଛୁକ । ଅନ୍ୟପକ୍ଷରେ ଶାସ୍ତ୍ରୀ ଟି-୨୦ ବିଶ୍ୱକପ ପରେ କୋଚ ପଦ ଛାଡିବେ ବୋଲି କହିଛନ୍ତି । ଏଭଳି ପରିସ୍ଥିତିରେ ଧୋନିଙ୍କୁ ଜଣେ ମେଣ୍ଟର ଭାବରେ ନିଯୁକ୍ତ କରି ଭବିଷ୍ୟତର ସମ୍ଭାବନା ଅନୁସନ୍ଧାନ କରାଯାଉଛି । ଶାସ୍ତ୍ରୀଙ୍କୁ କୋଚ୍‌ କରାଯିବା ପୂର୍ବରୁ ତାଙ୍କୁ ଦଳର ନିର୍ଦ୍ଦେଶକ ସାମିଲ କରାଯାଇଥିଲା ।
ଅନ୍ୟ ଦଳଗୁଡିକରେ ମଧ୍ୟ ଏପରି ଉଦାହରଣ ଅଛି, ଯେଉଁଥିରେ ଜଣେ ପୂର୍ବତନ ଖେଳାଳି ପ୍ରଥମେ ଦଳର ପରାମର୍ଶଦାତା ହୋଇଥିଲେ, ପରେ ସେ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ । ଅଷ୍ଟ୍ରେଲିଆର ବର୍ତ୍ତମାନର କୋଚ୍‌ ଜଷ୍ଟିନ ଲେଙ୍ଗର ମଧ୍ୟ ଏହାର ଏକ ଉଦାହରଣ । ଅବସରର ତିନି ବର୍ଷ ପରେ ଲେଙ୍ଗର ୨୦୧୨ ରେ ଅଷ୍ଟ୍ରେଲିଆ ଦଳର ମେଣ୍ଟର ତଥା ବ୍ୟାଟିଂ ପ୍ରଶିକ୍ଷକ ହୋଇଥିଲେ । ୨୦୧୮ ରେ ବଲ୍‌ ଟାମ୍ପରିଂ ଦୁର୍ନୀତି ପରେ ତାଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

18 − three =