ନୂଆଦିଲ୍ଲୀ: ହକି ଇଣ୍ଡିଆକୁ ଦିଆଯାଇଥିବା ପାଣ୍ଠିର ଦୁରୁପଯୋଗ କରିଛନ୍ତି ଭାରତୀୟ ଅଲିମ୍ପିକ ଆସୋସିଏସନ୍ର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା । ଏହି ଅଭିଯୋଗରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ହକି ଇଣ୍ଡିଆର ବିକାଶ ଓ ଖେଳାଳିମାନଙ୍କର ଉନ୍ନତି ପାଇଁ ଦିଆଯାଇଥିବା ୩୫ ଲକ୍ଷ ଟଙ୍କାକୁ ନରେନ୍ଦ୍ର ନିଜସ୍ୱ ସୁବିଧା ପାଇଁ ବ୍ୟବହାର କରିଛନ୍ତି । ଏଥିପାଇଁ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ତେବେ ପ୍ରାଥମିକ ତଦନ୍ତରୁ କିଛି କର୍ମଚାରୀ ଓ ଅଜଣା ବ୍ୟକ୍ତିଙ୍କର ମଧ୍ୟ ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିଛି । ୨୦୧୯ ପରଠାରୁ ଶ୍ରୀ ବାତ୍ରା ଭାରତୀୟ ଅଲିମ୍ପିକ କମିଟି ସହିତ ସହିତ ଜଡ଼ିତ ଅଛନ୍ତି । ହେଲେ ଏବେ ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି । ଅଭିଯୋଗ ପାଇବା ପରେ ସିବିଆଇ ପ୍ରଥମେ ମାମଲାର ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତରେ ଆଉ କିଛି କର୍ମଚାରୀ ଓ ଅଜଣା ବ୍ୟକ୍ତି ଏହି ଆର୍ଥିକ ହେର୍ଫେର୍ ମାମଲାରେ ଜଡ଼ିତ ରହିପାରନ୍ତି ବୋଲି ସିବିଆଇ ଜାଣିବାକୁ ପାଇଛି । ହେଲେ ସେମାନେ କିଏ ସେନେଇ କେନ୍ଦ୍ର ତଦନ୍ତକାରୀ ସଂସ୍ଥା କୌଣସି ସଠିକ ସୂଚନା ଦେଇ ନାହିଁ ।