ଆରମ୍ଭ ହେଲା ମହିଳା ଦିନିକିଆ ବିଶ୍ୱକପ : ଆରମ୍ଭରୁ ବାଜି ମାରିଲା ୱେଷ୍ଟ ଇଣ୍ଡିଜ

0 76

ନୂଆଦିଲ୍ଲୀ,୪/୩ : ଆଜିଠୁ ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ ବିଶ୍ୱକପ । ଆଉ ଉଦଘାଟନୀ ମ୍ୟାଚରୁ ୱେଷ୍ଟ ଇଣ୍ଡିଜ ଆରମ୍ଭ କରିଛି ବିଜୟ ଅଭିଯାନ । ଆଜି ଏଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଇଣ୍ଡିଜ ୩ ରନରେ ପ୍ରତିପକ୍ଷ ଘରୋଇ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ନ୍ୟୁଜିଲାଣ୍ଡ ଟସ ଜିତି ଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଇଣ୍ଡିଜ ୯ ୱିକେଟ ବିନିମୟରେ ୫୦ ଓଭରରୁ କରିଥିଲା ୨୫୯ ରନ । ଦଳ ପକ୍ଷରୁ ହେଲି ମାଥ୍ୟୁସ ସର୍ବାଧିକ ରନ କରିଥିଲେ । ସେ ୧୨୮ ବଲରୁ ୧୧୯ ରନ କରିଥିଲେ । ଅନ୍ୟ ବ୍ୟାଟରମାନେ ସଂଘର୍ଷ କରିଥିଲେ ବଡ଼ ରନ କରିବାରେ ଅସମର୍ଥତ ହୋଇଥିଲେ । ନ୍ୟୁଜିଲାଣ୍ଡ ଆଗରେ ଟାର୍ଗେଟ ଥିଲା ୨୬୦ । ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ପାଇଁ ଅଧିନାୟକ ସୋଫି ଡେଭିନ ସର୍ବାଧିକ ୧୦୮ ରନ କରିଥିଲା ବେଳେ ୱିକେଟ କିପର ମାର୍ଟି ୪୪ ଓ ଜେସ କେର୍‌ ୨୫ ରନ କରିଥିଲେ । ଦଳ ସମସ୍ତ ଚେଷ୍ଟା ସତ୍ତେ୍ୱ ୪୯.୫ ଓଭରରେ ୨୫୬ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ଆସନ୍ତା ୬ ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଚଳିତ ବର୍ଷ ସବୁ ମ୍ୟାଚ୍‌ରେ ଡିଆର୍‌ଏସ୍‌ ନିୟମ ଉପଲବ୍ଧ ହେବ ଏବଂ ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ । ମହିଳା ବିଶ୍ୱକପ୍‌ରେ ମୋଟ ୮ଟି ଦଳ ଯଥା ଆୟୋଜକ ନ୍ୟୁଜିଲାଣ୍ଡ ସମେତ ଭାରତ, ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ,ଇଂଲଣ୍ଡ,ଦକ୍ଷିଣ ଆଫ୍ରିକା, ବାଂଲାଦେଶ,ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଭାଗ ନେଉଛନ୍ତି । ରାଉଣ୍ଡ-ରବିନ ଏବଂ ନକ୍‌ଆଉଟ୍‌ ପର୍ଯ୍ୟାୟ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେମି ଫାଇନାଲ୍‌ ଓ ଫାଇନାଲ୍‌କୁ ମିଶାଇ ମୋଟ ୩୧ଟି ମ୍ୟାଚ୍‌ ରହିଛି । ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ୭ଟି ଦଳ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବ । ସେଥିମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୪ଟି ଦଳ ସେମି ଫାଇନାଲ୍‌କୁ ଉନ୍ନୀତ ହେବେ । ନ୍ୟୁଜିଲାଣ୍ଡର ୬ଟି ଭେନ୍ୟୁ ଯଥା ହାଗଲେ ଓଭାଲ, ଇଡେନ ପାର୍କ,ବେ ଓଭାଲ,ସେଡନ ପାର୍କ, ୱେଲିଂଟନ ଓ ଡୁନେଡିନରେ ମ୍ୟାଚ୍‌ ଖେଳାଯିବ । ସେମି ଫାଇନାଲ୍‌ ୱେଲିଂଟନ୍‌ ଓ ଖ୍ରୀଷ୍ଟଚର୍ଚ୍ଚରେ ମାର୍ଚ୍ଚ ୩୦ ଓ ୩୧ତାରିଖ ଅନୁଷ୍ଠିତ ହେବାକୁ ଥିବାବେଳେ ଏପ୍ରିଲ ୩ ତାରିଖରେ ହାଗ୍‌ଲେ ଓଭାଲରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ।

hiranchal ad1
Leave A Reply

Your email address will not be published.

17 + two =