ମହିଳା ବିଶ୍ୱକପ : ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ହାରିଲା ଭାରତ

0 62

ହାମିଲଟନ: ଆଇସିସି ମହିଳା ବିଶ୍ୱକପରେ ଭାରତକୁ ଆଜି ଝଟକା ଲାଗିଛି । ଆଜି ଅନୁଷ୍ଠିତ ବିଶ୍ୱକପର ଅଷ୍ଟମ ମ୍ୟାଚରେ ଭାରତ ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୬୦ ରନ୍‌ କରିଥିଲା । ନ୍ୟୁଜିଲାଣ୍ଡ ତରଫରୁ ଏସ୍‌ ଡେଭିନ୍‌ ୩୫(୩୦ ବଲ୍‌), ଆମେଲିଆ କେର୍‌ ୫୦(୬୫ ବଲ୍‌), ଆମି ସାଟ୍‌ଟେର୍ଥୱେଟ୍‌ ୭୫(୮୪ ବଲ୍‌), ମାଡ୍ଡି ଗ୍ରୀନ୍‌ ୨୭(୩୬ ବଲ୍‌), କାଟେ ମାର୍ଟିନ୍‌ ୪୧(୫୧ ରନ୍‌) କରିଥିଲେ, ଯାହା ଫଳରେ ନ୍ୟୁଜିଲାଣ୍ଡ ୨୬୦ ରନ୍‌ କରିପାରିଥିଲା । ଭାରତୀୟ ଦଳ ପକ୍ଷରୁ ପୂଜା ଭସ୍ତ୍ରକାର ୧୦ ଓଭରରେ ୩୪ ରନ୍‌ ଦେଇ ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ । ରାଜେଶ୍ୱରୀ ଗାଏକ୍ୱାଡ୍‌ ୨ଟି, ଝୁଲନ୍‌ ଗୋସ୍ୱାମୀ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ନ୍ୟୁଜିଲାଣ୍ଡର ଜଣେ ଖେଳାଳି ରନ୍‌ ଆଉଟ୍‌ ହୋଇଥିଲେ । ଏହା ପରେ ୨୬୧ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ତେବେ ଭାରତୀୟ ବ୍ୟାଟରମାନେ ଅତ୍ୟନ୍ତ ଧୀମା ଖେଳିଥିଲେ ଯାହା ଭାରତ ପାଇଁ କାଳ ପାଲଟିଥିଲା । ୫.୪ ଓଭରରେ ସ୍ମ୍ରିତି ମାନ୍ଧାନା ୨୧ଟି ବଲ ଖେଳି ୬ ରନରେ ଆଉଟ୍‌ ହୋଇଥିଲେ । ୟାସିକା ଭାଟିଆ ୨୮(୫୯ ବଲ୍‌), ଦୀପ୍ତି ଶର୍ମା ୫(୧୩ ବଲ୍‌), ମିଥାଲି ରାଜ୍‌ ୩୧(୫୬ ବଲ୍‌), ସ୍ନେହା ଶର୍ମା ୧୮(୨୮ ବଲ୍‌) ରନ୍‌ କରିଥିଲେ । ଭାରତ ତରଫରୁ ଏକା ହରମପ୍ରୀତ୍‌ କୌର୍‌ ଲଢୁଆ ଓ ଦ୍ରୁତ ଖେଳିଥିଲେ । ହରମପ୍ରୀତ୍‌ ୬୩ଟି ବଲ୍‌ ଖେଳି ୬ଟି ଚୌକା ଓ ୨ଟି ଛକା ସହ ୭୧ ରନ୍‌ କରିଥିଲେ । ହରମପ୍ରୀତ୍‌ କୌରଙ୍କୁ ଅନ୍ୟ କେହି ଖେଳାଳି ସହଯୋଗ ନକରିବାରୁ ଭାରତ ୪୬.୪ ଓଭରରେ ମାତ୍ର ୧୯୮ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା ଓ ୬୨ ରନରେ ପରାଜୟ ବରଣ କରିଥିଲା । ନ୍ୟୁଜିଲାଣ୍ଡ ତରଫରୁ ଲିଆ ତାହୁହୁ ଓ ଆମେଲିଆ କେର୍‌ ୩ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ । ହେଲି ଜେନ୍ସନ୍‌ ୨ଟି, ଜେସ୍‌ କେର୍‌ ଓ ହାନ୍ନା ରୱେ ୧ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ୮୪ଟି ବଲ୍‌ ଖେଳି ୯ଟି ଚୌକା ସହ ୭୫ ରନ୍‌ କରିଥିବା ନ୍ୟୁଜିଲାଣ୍ଡର ବ୍ୟାଟର୍‌ ଆମି ସାଟ୍‌ଟେର୍ଥୱେଟଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

14 − twelve =