ଦୁବାଇ : ୟୁଏଇରେ ଚାଲିଥିବା ଅଣ୍ଡର -୧୯ ଏସିଆ କପରେ ଭାରତ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି । ଟୁର୍ନାମେଣ୍ଟରେ ତିନିଟି ମ୍ୟାଚ୍ରେ ଏହା ହେଉଛି ଭାରତର ଦ୍ୱିତୀୟ ବିଜୟ ଏବଂ ଏହା ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଭାରତ ପ୍ରଥମ ମ୍ୟାଚରେ ୟୁଏଇକୁ ୧୫୪ ରନରେ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନଠାରୁ ଦୁଇଟି ୱିକେଟରେ ହାରିଥିଲା । ତିନୋଟି ମ୍ୟାଚ୍ ପରେ ଭାରତ ବର୍ତ୍ତମାନ ଗ୍ରୁପ୍ ଏରେ ୬ ପଏଣ୍ଟ ହାସଲ କରିଛି ଏବଂ ସେମିଫାଇନାଲ୍ ପାଇଁ ଆରାମରେ ଯୋଗ୍ୟତା ଅର୍ଜନ କରିଛି ।
ର୍୪୮.୨ ଓଭରରେ ୬ଟି ୱିକେଟ୍ ହରାଇ ୨୬୦ ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲା ଭାରତ । ଭାରତ ପାଇଁ ହାର୍ନୁର ସିଂ ୭୪ ବଲରୁ ୬୫ ରନ୍ ସଂଗ୍ରହ କରିଥିବା ବେଳେ ରାଜ ବାୱା ଦୁଇଟି ଚୌକା ସହାୟତାରେ ୫୫ ବଲରୁ ୪୩ ରନ୍ ସଂଗ୍ରହ କରିଥିଲେ । ସେହିପରି ଅଧିନାୟକ ଯଶ ୨୬ ରନ୍ ସଂଗ୍ରହ କରିଥିଲେ । ଏମାନଙ୍କ ବ୍ୟତୀତ, ରଘୁବଂଶୀ ୩୫ ରନ କରିଥିବା ବେଳେ ଆରାଧ୍ୟା ଯାଦବ ୧୨ ଏବଂ କୌଶଲ ତାମ୍ବେ ୨୯ ଟି ବଲରୁ ଅପରାଜିତ ୩୫ ରନ୍ କରିଥିଲେ । ଆଫଗାନିସ୍ତାନ ପାଇଁ ନୁର ଅହମ୍ମଦ ସର୍ବାଧିକ ଚାରିଟି ୱିକେଟ୍ ନେଇଥିଲେ ।