ମୟଙ୍କ ଶତକ, ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୨୨୧/୪

0 100

ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୪ ୱିକେଟ୍‌ ହରାଇ ୨୨୧ ରନ୍‌ ସଂଗ୍ରହ କରିଥିଲା । ମାୟଙ୍କ ଅଗ୍ରୱାଲ ୧୨୦ ରେ ଅପରାଜିତ ଏବଂ ରିଦ୍ଧିମାନ ସାହା ୨୫ ରେ ଅପରାଜିତ ଅଛନ୍ତି । କିୱି ଦଳ ପାଇଁ ଅଜାଜ ପଟେଲ ଚାରିଟି ୱିକେଟ୍‌ ନେଇଥିଲେ । ଭାରତ ଆଜି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ପ୍ରଥମରୁ ଭାରତକୁ ଭଲ ଆରମ୍ଭ ଦେଇଥିଲେ । ଶୁଭମାନ ଗିଲ ୭୧ ବଲରେ ୭୭ ରନ କରି ଏ.ପଟେଲଙ୍କ ଶିକାର ହୋଇଥିଲେ । ୮୦ ରନରେ ଭାରତ ତା’ର ପ୍ରଥମ ୱିକେଟ ହରାଇଥିଲା । ଶୁଭମାନଙ୍କ ସ୍ଥାନ ପୂରଣ କରିବାକୁ ଆସିଥିଲେ ଅଭିଜ୍ଞ ଚେତେଶ୍ୱର ପୂଜାରା । କିନ୍ତୁ ସେ ବେଶୀ ସମୟ କ୍ରିଜରେ ରହିପାରିନଥିଲେ । ପୂଜାରା ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ । ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ଏକ ବିବାଦୀୟ ଭାବେ ଏଲବିଡବ୍ଲୁ ଆଉଟ ହୋଇଥିଲେ । ସେ ମଧ୍ୟ ଖାତା ଖୋଲିପାରିନଥିଲେ । ଦଳ ୮୦ ରନରେ ୩ ଉଇକେଟ ହରାଇ ସଂଘର୍ଷ କରୁଥିଲା । ଗତ ମ୍ୟାଚର ହିରୋ ଶ୍ରେୟସ ଆୟର କ୍ରିଜକୁ ଓହ୍ଲାଇଥିଲେ । ସେ ଆଉ ମୟଙ୍କ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଆୟର ୧୮ ରନ କରି ଆଉଟ୍‌ ହୋଇଯାଇଥିଲେ । ତାଙ୍କୁ ମଧ୍ୟ ଅଜାଜ ପଟେଲ ଶିକାର ବନାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଅଜାଜ ପଟେଲ ସଫଳ ବୋଲର ଭାବେ ୪ଟି ୱିକେଟ ନେଇଥିଲେ ।

hiranchal ad1
Leave A Reply

Your email address will not be published.

fourteen − four =