ସିରିଜ ବିଜୟଠାରୁ ୫ ୱିକେଟ ଦୂରରେ ଭାରତ

0 81

ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି । ଭାରତର ୫୪୦ ରନ୍‌ ବିଜୟ ଲକ୍ଷ୍ୟର ଜବାବରେ ନ୍ୟୁଜିଲାଣ୍ଡ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ୍‌ ହରାଇ ୧୪୦ ରନ୍‌ ସଂଗ୍ରହ କରିଛି । ମ୍ୟାଚ୍‌ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ଆହୁରି ୪୦୦ ରନ୍‌ କରିବାକୁ ପଡିବ । ସେହିପରି ସିରିଜ୍‌ ଜିତିବା ପାଇଁ ଭାରତକୁ ମାତ୍ର ପାଞ୍ଚ ୱିକେଟ୍‌ ଦରକାର । ଖେଳ ଶେଷ ବେଳକୁ ହେନେରୀ ନିକୋଲସ୍‌ ୩୬ ରନ କରି ଅପରାଜିତ ଥିବା ରାଚିନ୍‌ ରବିନ୍ଦ୍ର ୨ରନ କରି ଅପରାଜିତ ଅଛନ୍ତି । ଡ୍ୟାରିଲ୍‌ ମିଚେଲ ୬୦ ରନ୍‌ ସଂଗ୍ରହ କରିଥିଲେ । ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଭାରତ ପାଇଁ ତିନୋଟି ୱିକେଟ୍‌ ନେଇଥିଲେ । ଏହାପୂର୍ବରୁ ଭାରତ ଦ୍ୱିତୀୟ ଇନିଂସରେ ସାତ ୱିକେଟ୍‌ ହରାଇ ୨୭୬ ରେ ନିଜର ଇନିଂସ ଘୋଷଣା କରିଥିଲା ଏବଂ ନ୍ୟୁଜିଲ୍ୟାଣ୍ଡକୁ ୫୪୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ।

hiranchal ad1
Leave A Reply

Your email address will not be published.

20 − 6 =