ମୁମ୍ବାଇ ଟେଷ୍ଟରେ ଭାରତର ବୃହତ ବିଜୟ, ୧-୦ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

0 85

ମୁମ୍ବାଇ : ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନ୍‌ରେ ପରାସ୍ତ କରିଛି । ୫୪୦ ରନର ଲକ୍ଷ୍ୟକୁ ପଛରେ ପକାଇ ନ୍ୟୁଜିଲାଣ୍ଡ ମ୍ୟାଚର ଚତୁର୍ଥ ଦିନରେ ମାତ୍ର ୧୬୭ ରନ୍‌ ପାଇଁ ଆଉଟ୍‌ ହୋଇଯାଇଛି । ଏହି ମ୍ୟାଚ୍‌ ଜିତିବା ପରେ ଭାରତ ମଧ୍ୟ ଏହି ସିରିଜକୁ ୧-୦ରେ ଜିତି ନେଇଛି । କିୱି ପାଇଁ ଦ୍ୱିତୀୟ ଇନିଂସରେ ଡାରିଲ୍‌ ମିଚେଲ୍‌ ସର୍ବାଧିକ ୬୦ ରନ୍‌ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତୀତ ହେନେରୀ ନିକୋଲସ୍‌ ୪୪ ରନ୍‌ ସ୍କୋର କରିଥିଲେ । ଅଫ୍‌ ସ୍ପିନର ଆର ଅଶ୍ୱିନ୍‌ ଏବଂ ଜୟନ୍ତ ଯାଦବ ୪-୪ ୱିକେଟ୍‌ ନେଇ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବାବେଳେ ଅକ୍ଷର ପଟେଲ ଗୋଟିଏ ୱିକେଟ୍‌ ନେଇଥିଲେ ।

hiring

ଏହାପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୨୫ ରନ୍‌ ସଂଗ୍ରହ କରି ଅଲଆଉଟ ହୋିଥିଲା । ଦ୍ୱିତୀୟ ଇନିଂସରେ ଦଳ ୭ ଉଇକେଟ ହରାଇ ୨୭୬ ରନ କରି ପାଳି ଘୋଷଣା କରିଥିଲା ।ନ୍ୟୁଜିଲ୍ୟାଣ୍ଡର ଦଳ ପ୍ରଥମ ଇନିଂସରେ ମାତ୍ର ୬୨ ରନ୍‌ କରି ଅଲଆଉଟ ହୋଇଯାଇଥିଲା । ଭାରତ ପ୍ରଥମ ଇନିଂସର ସମସ୍ତ ଉଇକେଟ ଆଜେଜ ପଟେଲ ନିଜ ନାମରେ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ସେ ୪ଟି ଉଇକେଟ ନେଇଥିଲେ । ଏହି ମ୍ୟାଚରେ ଆଜେଜ ପଟେଲ ୧୪ଟି ଉଇକେଟ ନେଇଥିଲେ ।

hiranchal ad1
Leave A Reply

Your email address will not be published.

twenty − nineteen =