ପୁଣି ହାରିଲା ୱେଷ୍ଟଇଣ୍ଡିଜ, ଆଗୁଆ ସିରିଜ କବଜା କଲା ଭାରତ

0 85

କୋଲକତା : ଶେଷ ବଲ ଯାଏଁ ରୋମାଞ୍ଚ, ଶେଷରେ ବାଜି ମାରିଲା ଭାରତ । କୋଲକତାର ଇଡେନ ଗାର୍ଡେନରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଘରୋଇ ଭାରତ ଦଳ ଅତିଥି ୱେଷ୍ଟଇଣ୍ଡିଜ ଦଳକୁ ୮ ରନରେ ହରାଇ ଆଗୁଆ ସିରିଜ କବଜା କରିଛି । ଭାରତ ପ୍ରଥମ ମ୍ୟାଚ ଜିତି ସିରିଜରେ ଅଗ୍ରଣୀ ଥିଲା । ଏହି ମ୍ୟାଚ ବିଜୟ ସହ ଭାରତ ୨-୦ରେ ଆଗୁଆ ରହିଛି । ନିକଲସ୍‌ ପୁରମ ଓ ଆର ପାୱାଲଙ୍କ ବିସ୍ଫୋରକ ଇଂନିସ ସତ୍ତେ୍ୱ ଇଣ୍ଡିଜ ଦଳ ପରାଜୟର ସମ୍ମୁଖୀନ ହୋଇଛି । ଗୋଟିଏ ସମୟରେ ଇଣ୍ଡିଜ ସହଜରେ ବିଜୟୀ ହୋଇଯିବ ବୋଲି କୁହାଯାଉଥିଲା । କିନ୍ତୁ ୧୯ତମ ଓଭରରେ ଭୁବନେଶ୍ୱର କୁମାର ପୁରମଙ୍କୁ ଆଉଟ୍‌ କରିବା ସହ ମାତ୍ର ୪ ରନ ଦେଇ ମ୍ୟାଚରେ ଆକର୍ଷଣ ଆଣିଥିଲେ । ଶେଷ ଓଭରରେ ଦଳକୁ ୨୫ ରନ ଆବଶ୍ୟକ କରୁଥିବା ବେଳେ ହର୍ଷଲ ପଟେଲ ବୋଲିଂ କରିବାକୁ ଆସିଥିଲେ । ସେ ପ୍ରଥମ ଦୁଇଟି ବଲ ଭଲ ପକାଇଥିବା ବେଳେ ତୃତୀୟ ଓ ଚତୁର୍ଥ ବଲକୁ ଛକା ହିଟ୍‌ କରି ପାୱାଲ ପୁଣିଥରେ ରୋମାଞ୍ଚ ସୃଷ୍ଟି କରିଥିଲେ । କିନ୍ତୁ ଶେଷ ଦୁଇଟି ବଲରେ ହର୍ଷଲ ୨ ରନ ଦେଇ ଭାରତର ବିଜୟର ମୁଣ୍ଡି ମାରିଥିଲେ । ଇଣ୍ଡଜ ପକ୍ଷରୁ ନିକଲସ ପୁରମ ୪୧ ବଲରେ ୬୨ ରନ କରି ଆଉଟ ହୋଇଥିବା ବେଳେ ପାୱାଲ ୩୬ ବଲରେ ୬୮ କରି ଅପରାଜିତ ରହିଥିଲେ । ବୋଲିଂରେ ଭୁବନେଶ୍ୱର, ବିଷ୍ଣୋଇ ଓ ଚହଲଙ୍କୁ ଗୋଟିଏ ଲେଖାଏଁ ଉଇକେଟ ମିଳିଥିଲା ।
ଭାରତ ପ୍ରଥମେ ବ୍ୟାଟିଂ କରି ଋଷଭ ପନ୍ତ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଲରେ ୧୮୬/୫ କରିଥିଲା । ଦଳପକ୍ଷରୁ ପନ୍ତ ୫୨ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ମଧ୍ୟ ୫୨ କରି ଆଉଟ ହୋଇଥିଲେ । ସେହିପରି ଭେଙ୍କେଟେଶ ଆୟର ୧୮ ବଲରେ ୩୩ ରନ କରିଥିଲେ । ବୋଲିଂରେ ରଷ୍ଟନ ଚେଞ୍ଜ ୩ ଉଇକେଟ ନେଇଥିଲେ ।

hiranchal ad1
Leave A Reply

Your email address will not be published.

4 − two =