ଚିନ୍ତାରେ ବିସିସିଆଇ : କମୁଛି ଟିଭି ରେଟିଂ

0 108

ନୂଆଦିଲ୍ଲୀ: ଆଇପିଏଲ ପ୍ରତିଯୋଗୀତା ଆଗକୁ ବଢୁଥିବାବେଳେ ବିସିସିଆଇକୁ ଏକ ଝଟକା ଲାଗିଛି । ଆଇପିଏଲର ଏହି ସିଜିନରେ ଦୁଇଟି ଦଳର ବୃଦ୍ଧି ସହିତ, ବିସିସିଆଇ ଏବଂ ଅଫିସିଆଲ୍‌ ବ୍ରଡକାଷ୍ଟର୍‌ ଆଶା କରିଥିଲେ ଯେ ମ୍ୟାଚ୍‌ ଅଧିକ ରୋମାଞ୍ଚକର ହେବ, କିନ୍ତୁ ବର୍ତ୍ତମାନ ଆଶା ବଦଳୁଛି । ବିସିସିଆଇ ଆଶା କରିଥିଲା ଯେ ଆଇପିଏଲ୍‌ର ଏହି ସିଜିନ ପୂର୍ବ ସିଜିନ ତୁଳନାରେ ଦର୍ଶକଙ୍କ ଦୃଷ୍ଟିରୁ ସମସ୍ତ ରେକର୍ଡ ଭାଙ୍ଗିବ,କିନ୍ତୁ ଏପର୍ଯ୍ୟନ୍ତ ତାହା ହୋଇନାହିଁ । ଗତ ବର୍ଷ ତୁଳନାରେ ଟିଭି ରେଟିଂ ଏବଂ ଦର୍ଶକଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଆଇପିଏଲର ପ୍ରତ୍ୟେକ ସିଜିନରେ ଲିଗ୍‌ ଆରମ୍ଭ ହେବା ପରେ,ଟିଭି ରେଟିଂ ଏବଂ ଦର୍ଶକଙ୍କ ସହ ଜଡିତ ସଂଖ୍ୟାଗୁଡିକ ପ୍ରଥମ ସପ୍ତାହରେ ପ୍ରକାଶ ପାଇଥାଏ । ଏହି ପରିସଂଖ୍ୟାନରୁ ହିଁ ଭବିଷ୍ୟତରେ ଲିଗ୍‌ କିପରି ହେବ ତାହା ବୁଝାପଡେ । ପ୍ରଥମ ଆଠଟି ମ୍ୟାଚରେ ଟିଭି ମୂଲ୍ୟାୟନ ୨.୫୨ ଥିଲା । ଯାହାକି ୨୦୨୧ ମସିହାରେ ୩.୭୫ ଥିଲା । ଏଥର ୩୩ ପ୍ରତିଶତ ହ୍ରାସ ପଞ୍ଜିକୃତ ହୋଇଛି । ଏହି ସ୍ଥିତି ଏବେ ବିସିସିଆଇର ମୁଣ୍ଡ ବିନ୍ଧା ବଢାଇ ଦେଇଛି ।

hiranchal ad1
Leave A Reply

Your email address will not be published.

twelve + one =