୧୧.୩୦ରେ ପଡିବ ଟସ | ମୁମ୍ବାଇ ଟେଷ୍ଟରୁ ରାହାଣେ, ଇଶାନ୍ତ, ଜାଡେଜା ଓ ୱିଲିୟମସନ ଆଉଟ

0 122

ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି । ବର୍ଷା ହେତୁ ଓଦା ପଡିଆ ଯୋଗୁଁ ଟସ୍‌ ପଡିବାରେ ବିଳମ୍ବ ହୋଇଛି । ସୂଚନା ମୁତାବକ ୧୧.୩୦ରେ ଟସ୍‌ ପଡିବ । ଟସ ପଡିବା ପୂର୍ବରୁ ଦୁଇ ଦଳକୁ ବଡ ଝଟକା ଲାଗିଛି । ଆହତ କାରଣରୁ ଆୟୋଜକ ଭାରତ ଦ୍ରୁତ ବୋଲର ଇଶାନ୍ତ ଶର୍ମା, ଅଜିଙ୍କ୍ୟ ରାହାଣେ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ବାଦ୍‌ ଦିଆଯାଇଛି । ବିସିସିଆଇ ଏ ବିଷୟରେ ସୂଚନା ଦେଇଛି । ସମସ୍ତ ତିନି ଖେଳାଳି ଆହତ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡିଛନ୍ତି । ଏଥି ସହିତ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍‌ ୱିଲିୟମସନ ମଧ୍ୟ ଆହତ କାରଣରୁ ମୁମ୍ବାଇ ଟେଷ୍ଟରୁ ବାଦ ପଡିଛନ୍ତି ଏବଂ ଟମ ଲାଥାମ ବର୍ତ୍ତମାନ ତାଙ୍କ ସ୍ଥାନରେ ଦଳର ଅଧିନାୟକ ହେବେ ।

hiring

ବିସିସିଆଇ ଏକ ବିବୃତ୍ତିରେ କହିଛି ଯେ କାନପୁରରେ ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା ତେଣୁ ସେ ସଂପୂର୍ଣ୍ଣ ଭାବେ ଠିକ୍‌ ହୋଇନଥିବାରୁ ମୁମ୍ବାଇ ଟେଷ୍ଟରୁ ବାଦ ପଡିଛନ୍ତି । ତାଙ୍କ ଆଘାତ ଉପରେ ବିସିସିଆଇ ଡାକ୍ତରୀ ଦଳ ନଜର ରଖିବେ । କାନପୁରରେ ପ୍ରଥମ ଟେଷ୍ଟ ସମୟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜଙ୍କ ଡାହାଣ ହାତରେ ଆଘାତ ଲାଗିଥିଲେ । ସ୍କାନ ପରେ ଜଣାପଡିଲା ଯେ ତାଙ୍କ କାନ୍ଧରେ ଫୁଲା ଅଛି । ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ଏବଂ ତେଣୁ ମୁମ୍ବାଇରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି । ବୋର୍ଡ କହିଛି ଯେ ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଫିଲ୍ଡିଂ କରୁଥିବାବେଳେ ଅଜିଙ୍କ୍ୟ ରାହାଣେ ହାମଷ୍ଟ୍ରିଂ ଆଘାତ ପାଇଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି, ତେଣୁ ତାଙ୍କୁ ମୁମ୍ବାଇ ଟେଷ୍ଟରୁ ବାଦ ଦେବାକୁ ପଡିବ । ବିସିସିଆଇର ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିବେ ।

hiranchal ad1
Leave A Reply

Your email address will not be published.

five × four =