ପରଲୋକରେ କିମ୍ବଦନ୍ତୀ କ୍ରିକେଟର ରୋଡ୍‌ ମାର୍ଶ

0 91

ନୂଆଦିଲ୍ଲୀ,୪/୩ : ବିଶ୍ୱ କ୍ରିକେଟ ଆଜି ଜଣେ କିମ୍ବଦନ୍ତୀଙ୍କୁ । ସେ ହେଲେ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ କିପର ରୋଡ ମାର୍ଶ । ଅଷ୍ଟ୍ରେଲିଆର ମହାନ ଖେଳାଳି ତଥା ୱିକେଟ କିପର ମାର୍ଶଙ୍କର ଆଜି ୭୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତକୁ ନେଇ ଅନେକ ମହାନ ବ୍ୟକ୍ତି ଓ ଖେଳାଳି ଶୋକ ବ୍ୟକ୍ତ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ମାର୍ଶଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଭାରତୀୟ ଦଳର ପୂର୍ବତନ ବ୍ୟାଟର ଭିଭିଏସ ଲକ୍ଷ୍ମଣ ମାର୍ଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ଅଷ୍ଟ୍ରେଲିଆ ଖେଳାଳି ସେନ୍‌ ୱାର୍ଣ୍ଣ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଗତ ସପ୍ତାହରେ ମାର୍ଶଙ୍କୁ ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ ରୟାଲ ଆଡିଲେଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ଘଟିଛି । ମାର୍ଶ ଅଷ୍ଟ୍ରେଲିଆ ପାଇଁ ୯୦ ଟେଷ୍ଟ ଖେଳିଥିଲେ । ଏହାସହ ତିନୋଟି ଶତକ ଲଗାଇଥିଲେ । ଏହାସହ ୩୫୫ ବ୍ୟାଟରଙ୍କୁ ଆଉଟ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଥିଲେ । ୨୦୧୪ରେ ତାଙ୍କୁ ଅଷ୍ଟ୍ରେଲିଆର ଚୟନକର୍ତ୍ତା ନିଯୁକ୍ତ କରାଯାଇଥିଲା । ସେ ଦୁଇ ବର୍ଷ ଧରି ଏହି ପଦବୀରେ ରହି କାର୍ଯ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen − six =