ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ପଛରେ ବିଦେଶୀ ଖେଳାଳି !

0 103

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ୨୦୨୨ ରେ ବିଫଳ ହେବାର କାରଣ ବିଦେଶୀ ଖେଳାଳି ବୋଲି କହିଲେ ଭୁଲ ହେବନାହିଁ । ଆଇପିଏଲର ୧୫ ତମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଚାରିଟି ମ୍ୟାଚ୍‌ ହାରିଛି । ଏହି ଚାରୋଟି ମ୍ୟାଚ୍‌ରେ ଗୋଟିଏ ଥର ମଧ୍ୟ ଦଳ ବିଜୟର ନିକଟତର ହୋଇନଥିଲା । ଏହା ପଛର କାରଣ କ’ଣ ଯେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ବିଫଳ ହେଉଛି ।
ଆଇପିଏଲ୍‌ ୨୦୨୨ ରେ ମୁମ୍ବାଇ ଇଣ୍ଡିଆନ୍ସର ବିଫଳତାର ସବୁଠାରୁ ବଡ କାରଣ ହେଉଛି ବିଦେଶୀ ଖେଳାଳିଙ୍କ ପ୍ରଦର୍ଶନ । ଆଇପିଏଲ୍‌ ୨୦୨୨ ରେ ଏପର୍ଯ୍ୟନ୍ତ ଉପଲବ୍ଧ ଥିବା ସାତଜଣଙ୍କ ମଧ୍ୟରୁ ୫ ଜଣ ବିଦେଶୀ ଖେଳାଳିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ସୁଯୋଗ ଦେଇଛି, କିନ୍ତୁ ଜଣେ ବି ଖେଳାଳି ତାଙ୍କ ଚିହ୍ନ ଛାଡି ପାରି ନାହାଁନ୍ତି । ଏପରିକି ଶେଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ କେବଳ ଦୁଇଜଣ ବିଦେଶୀ ଖେଳାଳିଙ୍କୁ ପଡିଆକୁ ଓହ୍ଲାଇଥିଲା, କିନ୍ତୁ ଫଳାଫଳ ନିଜ ସପକ୍ଷରେ ଯାଇନଥିଲା । ଏଭଳି ପରିସ୍ଥିତିରେ ବିଦେଶୀ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଦୋଷ ଦେବା ଠିକ୍‌ ହେବ ନାହିଁ, କିନ୍ତୁ ସତ୍ୟ ହେଉଛି ବିଦେଶୀ ଖେଳାଳିମାନେ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହାଁନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମ୍ୟାଚ୍‌ ଶେଷ କରିବା ପାଇଁ କିରନ୍‌ ପୋଲାର୍ଡ ଏବଂ ଟିମ୍‌ ଡେଭିଡ୍‌ ଉପରେ ନିର୍ଭର କରୁଥିଲା, କିନ୍ତୁ ପୋଲାର୍ଡ ୪ ଟି ଇନିଂସରେ ମାତ୍ର ୪୭ ରନ୍‌ ସ୍କୋର କରିପାରିଛନ୍ତି । ସେଥିମଧ୍ୟରୁ ସେ ଗୋଟିଏ ଇନିଂସରେ ୨୨ ରନ୍‌ ସ୍କୋର କରିଥିଲେ । ଏଥିସହିତ ଟିମ୍‌ ଡେଭିଡଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳି କୁହାଯାଉଥିଲା, କିନ୍ତୁ ସିଙ୍ଗାପୁରରେ ଜନ୍ମିତ ଏହି କ୍ରିକେଟ୍‌ ୨ ଇନିଂସରେ ମାତ୍ର ୧୩ ରନ୍‌ ସ୍କୋର କରିପାରିବା ମୁମ୍ବାଇକୁ ବଡ ଝଟକା ଦେଇଛି । ଡେଭିଡଙ୍କ ସ୍ଥାନରେ ଡିୱାଲ୍ଡ ବ୍ରେଭିସ୍‌ ଏକ ସୁଯୋଗ ଦିଆଗଲା, କିନ୍ତୁ ସେ ମଧ୍ୟ ଦୁଇଟି ମ୍ୟାଚରେ ୩୭ ରନ୍‌ ସ୍କୋର କରିପାରନ୍ତିଛନ୍ତି । ଏଥି ସହିତ ୨ ଟି ମ୍ୟାଚରେ ଅଲରାଉଣ୍ଡର ଡାନିଏଲ ସାମସଙ୍କ ବ୍ୟାଟରୁ ମାତ୍ର ୭ ରନ୍‌ ଆସିଥିଲା । ଏଭଳି ପରିସ୍ଥିତିରେ ଦଳ ବ୍ୟାଟିଂରେ ପଛରେ ପଡିଥିବା ପ୍ରମାଣିତ ହୋଇଥିଲା ।
ବୋଲିଂ ବିଭାଗ ବିଷୟରେ କହିବାକୁ ଗଲେ ଜସପ୍ରୀତ ବୁମ୍ରା, ବେସିଲ ଥାମ୍ପି ଏବଂ ମୁରୁଗାନ ଅଶ୍ୱିନଙ୍କ ଭଳି ଭାରତର ବୋଲରମାନେ ଭଲ ପ୍ରଦର୍ଶନ କରିଛନ୍ତି, କିନ୍ତୁ ବିଦେଶୀ ବୋଲରମାନେ ଫ୍ଲପ ସାବ୍ୟସ୍ତ ହୋଇଛନ୍ତି । ଟାଇମାଲ ମିଲ୍ସ ୩ ଇନିଂସରେ ୬ ଟି ୱିକେଟ୍‌ ନେଇଛନ୍ତି, କିନ୍ତୁ ତାଙ୍କ ଇକୋନୋମି ୯.୯ ରହିଛି । ସେହିପରି ପୋଲାର୍ଡ ଦୁଇଟି ଇନିଂସେର ୧୦ ଇକୋନୋମିରେ ଗୋଟିଏ ୱିକେଟ୍‌ ନେବାକୁ ସକ୍ଷମ ହୋଇଛନ୍ତି । ଡାନିଏଲ୍‌ ସାମସ୍‌ ୩ ଇନିଂସରେ ଗୋଟିଏ ୱିକେଟ୍‌ ନେଇଛନ୍ତି ଏବଂ ୧୨.୬୩ ର ଇକୋନୋମି ରହିଛି ।

hiranchal ad1
Leave A Reply

Your email address will not be published.

twelve + fifteen =