ଦେଶଠାରୁ ବଡ କିଛି ନୁହେଁ, ପାକିସ୍ତାନ ବିପକ୍ଷ ମ୍ୟାଚରୁ ଓହରିଲେ ଧାୱନ ; ରଦ୍ଦ ହେଲା ମ୍ୟାଚ୍

0 155

ନୂଆଦିଲ୍ଲୀ- ଏବେ ଚାଲିଛି ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ । ଏଥିରେ ଭାରତ ଓ ପାକିସ୍ତାନ ଭାଗ ନେଇଛନ୍ତି । କିନ୍ତୁ ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବାକୁ ନାରାଜ ହେବାରୁ ଆଜି ହେବାକୁ ଥିବା ମ୍ୟାଚକୁ ରଦ୍ଦ କରାଯାଇଛି । ଏହି ଖେଳାଳିଙ୍କ ମଧ୍ୟରେ ଶିଖର ଧାୱନଙ୍କ ନାମ ମଧ୍ୟ ସାମିଲ ଅଛି । ସେ ପାକିସ୍ତାନ ବିପକ୍ଷରେ ଖେଳିବେ ନାହିଁ ବୋଲି ଇମେଲ ମାଧ୍ୟମରେ ବୋର୍ଡକୁ ବିଧିବଦ୍ଧ ଭାବରେ ଜଣାଇ ଦେଇଛନ୍ତି । ଧାୱନ ଇମେଲ ମାଧ୍ୟମରେ ବୋର୍ଡକୁ ବିଧିବଦ୍ଧ ଭାବରେ ଜଣାଇ ଦେଇଛନ୍ତି ଯେ ସେ କେବଳ ଆଜିର ମ୍ୟାଚ୍ ନୁହେଁ ବରଂ ଆଗାମୀ WCL ଲିଗରେ ପାକିସ୍ତାନ ବିପକ୍ଷରେ ଖେଳିବେ ନାହିଁ।
39 ବର୍ଷୀୟ ପୂର୍ବତନ ଓପନର ତାଙ୍କ ଇମେଲ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଯାହାର କ୍ୟାପସନ୍‌ରେ ଲେଖାଯାଇଛି, ମୁଁ ଆଜି ମଧ୍ୟ ମେ 11 ରେ ନେଇଥିବା ପଦକ୍ଷେପ ସହିତ ଠିଆ ହୋଇଛି। ମୋ ଦେଶ ମୋ ପାଇଁ ସବୁକିଛି ଏବଂ ଦେଶଠାରୁ ବଡ଼ କିଛି ନୁହେଁ।
ଇମେଲର ସ୍କ୍ରିନସଟରେ କୁହାଯାଇଛି ଯେ ୧୧ ମଇ ୨୦୨୫ରେ ଧାୱନ ସୂଚନା ଦେଇଥିଲେ ଯେ ସେ WCL ଲିଗର ଆଗାମୀ ସିଜିନରେ ପାକିସ୍ତାନ ବିପକ୍ଷରେ କୌଣସି ମ୍ୟାଚ୍ ରେ ଅଂଶଗ୍ରହଣ କରିବେ ନାହିଁ।
କେବଳ ଏତିକି ନୁହେଁ, ଏହା ପଛରେ କାରଣ ମଧ୍ୟ ଇମେଲରେ ଦିଆଯାଇଛି। ଏଥିରେ ଲେଖାଯାଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ରାଜନୈତିକ ପରିସ୍ଥିତି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।

hiranchal ad1
Leave A Reply

Your email address will not be published.

11 + twelve =