ପ୍ରମୋଦ ଭଗତଙ୍କୁ ୬ କୋଟି

0 139

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରୁ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ୬ କୋଟିର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ୬ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ । ତେବେ ଆଜି ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ୬ କୋଟି ପୁରସ୍କାର ଦେବା ସହିତ ତାଙ୍କୁ ଗ୍ରୁପ ‘ଏ’ ଚାକରି ଦେବାପାଇଁ ଘୋଷଣା କରିଛନ୍ତି । ଏହା ସହିତ ପାରାଲିମ୍ପିକ୍ସ ବିଜେତା ମାନଙ୍କୁ ପୂର୍ବରୁ ଘୋଷଣା କରାଯାଇଥିବା ଅନୁସାରେ ପୁରସ୍କାର ମିଳିବ ବୋଲି କହିଛନ୍ତି । ସୂଚନାଯୋଗ୍ୟଯେ, ପିଲାଦିନୁ ପୋଲିଓ ଆକ୍ରାନ୍ତ ହୋଇଥିଲେବି ପ୍ରମୋଦ ଭଗତ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ରାଜ୍ୟର ପ୍ରଥମ କ୍ରାଡ଼ାବିତ ଭାବେ ସେ ପାରା ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଥିଲେ ।

hiranchal ad1
Leave A Reply

Your email address will not be published.

16 − 3 =