ଏହି ମାଇଲଖୁଣ୍ଟ ହାସଲ କଲେ ଅଶ୍ୱିନୀ

0 69

ମୋହାଲି : ଟିମ୍‌ ଇଣ୍ଡିଆର ପ୍ରିମିୟର ଅଫ୍‌ ସ୍ପିନର ଆର ଅଶ୍ୱିନ୍‌ ଟେଷ୍ଟ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍‌ ନେବା ମାମଲାରେ ଶ୍ରେଷ୍ଠ ୧୦ ବୋଲରଙ୍କ ତାଲିକାରେ ରବିଚନ୍ଦ୍ରନ ଅଶ୍ୱିନ ସାମିଲ ହୋଇଥିବା ବେଳେ ପୂର୍ବତନ ଶ୍ରୀଲଙ୍କା ଦଳର କିମ୍ବଦନ୍ତୀ ସ୍ପିନର ରଙ୍ଗନା ହେରାଥ ଏହି କ୍ଲବରୁ ଆଉଟ ହୋଇଛନ୍ତି । ମୋହାଲିରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ସମୟରେ ଆର ଅଶ୍ୱିନ୍‌ ଏହି ସଫଳତା ହାସଲ କରିଛନ୍ତି ।
ମୋହାଲିର ପିସିଏ କ୍ରିକେଟ୍‌ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଆର ଅଶ୍ୱିନ୍‌ ପୃଥମ୍‌ ନିସାଙ୍କାଙ୍କୁ ୬ ରନରେ ଆଉଟ କରିବା ପରେ ଅଶ୍ୱିନୀ ବିଶ୍ୱର ସର୍ବାଧିକ ୱିକେଟ ନେବା ତାଲିକାରେ ଦଶମ ସ୍ଥାନରେ ପହଞ୍ଚିଛନ୍ତି । ଗୋଟିଏ ପ୍ରକାରେ ସେ ବର୍ତ୍ତମାନ ନଅ ନମ୍ବର ବୋଲର ମଧ୍ୟ ରହିଛନ୍ତି, କାରଣ ସେ କପିଲ ଦେବଙ୍କ ସହ ସମାନ ସଂଖ୍ୟକ ୱିକେଟ୍‌ ନେଇଛନ୍ତି ।
ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ଆର ଅଶ୍ୱିନ ୪୩୪ ୱିକେଟ୍‌ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଏହି ଫର୍ମାଟରେ ୪୩୩ ୱିକେଟ୍‌ ନେଇଥିବା ରଙ୍ଗନା ହେରାଥଙ୍କୁ ଅତିକ୍ରମ କରିଛନ୍ତି । ଏଥି ସହିତ କପିଲ ଦେବ ବହୁ ପୂର୍ବରୁ ଭାରତ ପାଇଁ ୪୩୪ ସଫଳତା ହାସଲ କରିଥିଲେ । ଏଭଳି ପରିସ୍ଥିତିରେ ଯଦି ଆର ଅଶ୍ୱିନ୍‌ ଆଉ ଗୋଟିଏ ୱିକେଟ୍‌ ନିଅନ୍ତି, ତେବେ ସେ ଦୁନିଆର ନବମ ସର୍ବୋଚ୍ଚ ଟେଷ୍ଟ ୱିକେଟ୍‌ ହାସଲକାରୀ ବୋଲର ହୋଇପାରିବେ ।
ଆର ଅଶ୍ୱିନ୍‌ ଭାରତ ପାଇଁ ମିଳିତ ଦ୍ୱିତୀୟ ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ହେବାର ମଧ୍ୟ ସୌଭାଗ୍ୟ ଅର୍ଜନ କରିଛନ୍ତି । ଆର ଅଶ୍ୱିନଙ୍କ ଅପେକ୍ଷା କେବଳ ଅନିଲ କୁମ୍ବଲେ ଭାରତ ପାଇଁ ୬୧୯ ୱିକେଟ୍‌ ନେଇଛନ୍ତି । ବର୍ତ୍ତମାନ, ଆର ଅଶ୍ୱିନ୍‌ ଏବଂ କପିଲ ଦେବଙ୍କ ଟେଷ୍ଟ ୱିକେଟ୍‌ ସଂଖ୍ୟା ହେଉଛି ୪୩୪-୪୩୪ । ସେ ଖୁବ ଶୀଘ୍ର କପିଲଙ୍କୁ ଅତିକ୍ରମ କରି ଭାରତର ଦ୍ୱିତୀୟ ସଫଳ ଟେଷ୍ଟ ବୋଲର ହେବେ ।

hiranchal ad1
Leave A Reply

Your email address will not be published.

15 − five =