ସିଏସ୍‌କେରେ ଗୋଟିଏ ପରେ ଗୋଟିଏ ନୂଆ ସମସ୍ୟା ମୁଣ୍ଡ ଟେକୁଛି

0 114

ଦୁବାଇ : ଏଥର ଆଇପିଏଲ୍‌ ସିଜିନ୍‌ରେ ଚେନ୍ନାଇ ସୁପରକିଙ୍ଗିସ୍‌ (ସିଏସ୍‌କେ) ଦଳ ପାଇଁ ସଙ୍କଟ ଦେଖାଦେଇଛି । ଦଳରେ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକୁଛି । ପୂର୍ବରୁ ଏହାର ୧୨ଜଣ ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ କରୋନା କାରଣରୁ ସୁରେଶ ରାଇନା ଓହରି ଆସିଲେ । ଏଥର ଆଇପିଏଲ୍‌ରେ ଗୋଟିଏ ହେଲେ ମ୍ୟାଚ୍‌ ସେ ଖେଳିବେ ନାହିଁ । ବ୍ୟକ୍ତିଗତ କାରଣରୁ ସେ ଓହରିଥିବା କହିଥିଲେ ମଧ୍ୟ କରୋନା ସଂକ୍ରମଣ ଭୟରେ ସେ ଏଭଳି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମ ସୂତ୍ରରେ କୁହାଯାଇଛି । ସେହିପରି, ଦୁବାଇରେ କରୋନା ନିୟମକୁ ନେଇ ଦଳର ସମସ୍ୟା ମଧ୍ୟ ବଢ଼ିଛି ।
ସିଏସ୍‌କେର ସିଇଓ କେ.ଇ ବିଶ୍ୱନାଥନ୍‌ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଓ କହିଥିଲେ ଟିମ୍‌ ଏହି ସମୟରେ ତାଙ୍କର ପରିବାରକୁ ପୁରା ସମର୍ଥନ ଦିଆଯାଉଛି । ସିଏସକେର ସିଇଓ ଟୁଇଟରେ ଲେଖିଛନ୍ତି, ସୁରେଶ୍‌ ରୈନା ବ୍ୟକ୍ତିଗତ କାରଣରୁ ଭାରତ ଫେରି ସାରିଛନ୍ତି । ସେ ପୁରା ସିଜିନ ପାଇଁ ଟିମରୁ ବାହାରି ଯାଇଛନ୍ତି । ଚେନ୍ନାଇ ସୁପରକିଙ୍ଗ ଏବେ ସୁରେଶ ଓ ତାଙ୍କର ପରିବାରକୁ ପୁରା ସମର୍ଥନ ଦେଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚରେ ରୈନା ଦ୍ୱିତୀୟ ଥର ବାପା ହୋଇଥିଲେ । ତାଙ୍କ ପତ୍ନୀ ପ୍ରିୟଙ୍କା ଚୌଧୁରୀ ପୁଅକୁ ଜନ୍ମ ଦେଇଥିଲେ । ପୁଅର ନାମ ଦୁହେଁ ରିୟୋ ରଖିଥିଲେ ।
ସିଏସକେର ସଦସ୍ୟଙ୍କୁ ଦୁବାଇ ପହଁଞ୍ଚିବା ପରେ କରୋନା ହୋଇଥିଲା । ଏହାପରେ ଶୁକ୍ରବାର ପୁରା ଟିମକୁ କ୍ୱାରେଣ୍ଟାଇନ୍‌ କରିଦିଆଯାଇଥିଲା । ଏଭଳି ଖବର ଆସୁଛି ଯେ, ଚେନ୍ନାଇ ସୁପରକିଙ୍ଗର ମୋଟ ୧୧ ସଦସ୍ୟଙ୍କୁ କରୋନା ହୋଇଛି,ସେମାନଙ୍କ ଭିତରେ ଜଣେ ଭାରତୀୟ ଖେଳାଳି ରହିଛନ୍ତି । ଉଲ୍ଲେଖନୀୟ ଯେ, ଚେନ୍ନାଇର ଟିମ୍‌ ଚେପୁକରେ ୫ ଦିନ କ୍ୟାମ୍ପ କରିବା ପରେ ୨୧ ଅଗଷ୍ଟରେ ଦୁବାଇ ପହଁଞ୍ଚିଥିଲେ ଓ ୬ ଦିନ କ୍ୱାରେଣ୍ଟାଇନ୍‌ ପିରିୟଡରେ ସୁରେଶ ରୈନା ମଧ୍ୟ ଟିମ୍‌ ସହିତ ୟୁଏଇ ପହଁଞ୍ଚିଥିଲେ । ସେ ଚେନ୍ନାଇରେ ହୋଇଥିବା କ୍ୟାମ୍ପର ମଧ୍ୟ ଅଂଶ ରହିଥିଲେ । ଯେଉଁଠି ବାକି ଟିମ୍‌ ହୋଟେଲରେ ଥିବା ବେଳେ ରୈନା ଦେଶକୁ ଫେରିଆସିଛନ୍ତି ।

hiranchal ad1
Leave A Reply

Your email address will not be published.

18 − 14 =