ରାଓନିକ୍‌ଙ୍କୁ ହରାଇଲେ ଜୋକୋଭିକ୍‌

0 73

ନ୍ୟୁୟର୍କ : ୟୁଏସ୍‌ ଓପନ୍‌ ପୁରୁଷ ସିଙ୍ଗିଲ୍ସ ଟୁର୍ଣ୍ଣାମେଣ୍ଟରେ ଶୀର୍ଷ ର‍୍ୟାଙ୍କରେ ଥିବା ନୋଭାକ୍‌ ଜୋକୋଭିକ୍‌ ତାଙ୍କର ପ୍ରତିପକ୍ଷ କାନାଡ଼ାର ମିଲୋସ୍‌ ରାଓନିକ୍‌ଙ୍କୁ ପରାସ୍ତ କରିଛନ୍ତି । ଏଥିସହ ସେ ଏଟିପି ୱେଷ୍ଟର୍ଣ୍ଣ ଓ ସଦର୍ଣ୍ଣ ଓପନ୍‌ ଟାଇଟଲ୍‌ ହାସଲ କରିଛନ୍ତି । ୩୩-ବର୍ଷୀୟ ଜୋକୋଭିକ୍‌ ୧-୬, ୬-୩ ଓ ୬-୪ ସେଟ୍‌ରେ ପ୍ରତିପକ୍ଷଙ୍କୁ ହରାଇଛନ୍ତି । ଏହା ତାଙ୍କ କ୍ୟାରିୟରର ୮୦ତମ ଟାଇଟଲ୍‌ । ୨୦୨୦ରେ ସେ ୨୩-୦ ସ୍ଥିତିକୁ ଆସିଥିବା ବେଳେ ରାଓନିକ୍‌ଙ୍କ ର‍୍ୟାଙ୍କ ଯଥେଷ୍ଟ ପ୍ରଭାବିତ ହୋଇଛି । ଟାଇଟଲ୍‌ ଜିତିବା ପରେ ଜୋକୋଭିକ୍‌ କହିଛନ୍ତି ଯେ, ଗତ ତିନି/ଚାରିଦିନ ଧରି ସେ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲେ । ମ୍ୟାଚ୍‌ଗୁଡ଼ିକ ଏତେ ସହଜ ନଥିଲା । ରାଓନିକଙ୍କ ଆଡୁ ଭଲ ସଟ୍‌ର ତାଙ୍କୁ ମୁକାବିଲା କରିବାକୁ ପଡ଼ିଥିଲା । ମ୍ୟାଚ୍‌ଗୁଡ଼ିକ ଅତ୍ୟନ୍ତ ଚ୍ୟାଲେଞ୍ଜ୍‌ପୂର୍ଣ୍ଣ ଓ ଆମୋଦଦାୟକ ଥିଲା ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

12 + eighteen =