ପିତା ହିଁ ମୋର ପ୍ରକୃତ ପ୍ରେରଣାଦାତା

0 62

ମୁମ୍ବାଇ : କ୍ରୀଡ଼ାକୁ କ୍ୟାରିୟର ଭାବେ ଗ୍ରହଣ କରିବା ଲାଗି କିଏ ତାଙ୍କୁ ପ୍ରଥମେ ଓ ଆଜି ପର୍ଯ୍ୟନ୍ତ ପ୍ରେରଣା ଓ ଉତ୍ସାହ ଦେଇ ଆସୁଛନ୍ତି ତାହାର ଖୁଲାସା କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ । ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ, କ୍ରୀଡ଼ା ପ୍ରତି ମୋର ସେତେଟା ଆଗ୍ରହ ନଥିଲା । ଯଦିଓ ବ୍ୟାଡମିଣ୍ଟନ ଖେଳୁଥିଲି; କିନ୍ତୁ ତାହାକୁ କ୍ୟାରିୟର କରିବି ବୋଲି ଚିନ୍ତା କରିନଥିଲି । ମୋ ପିତାହିଁ ଏକମାତ୍ର ବ୍ୟକ୍ତି, ଯିଏକି ମୋତେ ଏହାକୁ କ୍ୟାରିୟର ଭାବେ ଗ୍ରହଣ କରିବା ଲାଗି ଉତ୍ସାହିତ କରିିଥିଲେ ଏବଂ ସବୁ ସମୟରେ ବଳ ମଧ୍ୟ ଦେଇଥିଲେ । ତାଙ୍କଠାରୁ ମୁଁ ଦୃଢ଼ ମାନସିକ ସମର୍ଥନ ପାଇବା ପରେ ଏ ଦିଗରେ ଅଗ୍ର୍ରସର ହୋଇଥିଲି । ମୁଁ ଯେତେବେଳେ ବ୍ୟାଡମିଣ୍ଟନକୁ ଏକ ପସନ୍ଦ କ୍ରୀଡ଼ା ଭାବେ ଗ୍ରହଣ କରିବାକୁ ଇଚ୍ଛା କରିଥିଲି, ତାହାକୁ ସେ ସମର୍ଥନ କରିଥିଲେ । ମୋର ପସନ୍ଦ ନେଇ ସେ କେବେବି ପ୍ରଶ୍ନ କରିନଥିଲେ । ଏହାହିଁ ମୋତେ ସବୁଠାରୁ ବେଶୀ ଉତ୍ସାହ ଓ ମାନସିକ ବଳ ଦେଇଥିଲା ବୋଲି ସିନ୍ଧୁ କହିଛନ୍ତି । ବ୍ୟାଡମିଣ୍ଟନ ନହୋଇଥିଲେ, ଅନ୍ୟ କେଉଁ କ୍ରୀଡ଼ାକୁ ବାଛି ଥାନ୍ତେ ବୋଲି ପ୍ରଶ୍ନ ହେବାରୁ ସିନ୍ଧୁ କହିଥିଲେ ଯେ, ପିଲାବେଳେ ମୁଁ ଡାକ୍ତର ହେବାକୁ ଚାହିଁଥିଲି । କିନ୍ତୁ ପରବର୍ତ୍ତୀ ସମୟରେ ଚିନ୍ତାଧାରାରେ ପରିବର୍ତ୍ତନ ଆସିଥିଲା ଏବଂ ଡାକ୍ତର ହେବା ଜଣେ କ୍ରୀଡ଼ା ତାରକା ହେବା ଯଥେଷ୍ଟ ଭଲ ବୋଲି ବିଚାର କରିଥିଲି । ବାପା ମଧ୍ୟ ଏ କ୍ଷେତ୍ରରେ ମୋତେ ମାନସିକ ସମର୍ଥନ ଦେଇଥିଲେ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + twenty =