ବିଧାୟକଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

0 171

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନାର କରଳାରୂପ ତୀଖ ଛୁଇଁଥିବା ବେଳେ ବନ୍ୟା ବିତ୍ପାତ ରାଜ୍ୟର ପ୍ରାୟ ୧୧ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି । ପୁଣି ଏଭଳି ସମୟରେ ରାଜ୍ୟର ପ୍ରାୟ ୫୦ହଜାରରୁ ଅଧିକ ପିଲା ସର୍ବଭାରତୀୟ ପରୀକ୍ଷା ନିଟ୍ ଓ ଜେଇଇ ଦେବାକୁ ଯାଉଛନ୍ତି । ଏଣୁ ଏହି ସ୍ଥିତିକୁ ଦେଖି ରାଜ୍ୟର ଲୋକପ୍ରତିନିଧିମାନେ ଜନସାଧାରଣଙ୍କୁ ସହଯୋଗର ହାତ ବଢାଇବା ଉଚିତ୍ । ଦଳୀୟ ବିଧାୟକଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଜେଇଇ ଓ ନିଟ୍ ପରୀକ୍ଷା ହେଉଥିବାରୁ ନିଜ ନିଜ ନିର୍ବାଚନ ମଣ୍ଡଳୀ ଅଂଚଳରେ ପ୍ରଶାସନ ସହିତ ମିଶି ଜେଇଇ ଓ ନିଟ୍ ପରୀକ୍ଷାର୍ଥୀମାନଙ୍କୁ ସହଯୋଗ କରନ୍ତୁ । ଏହି ପିଲାମାନେ ହେଉଛନ୍ତି ଆମ ପରିବାରର, ତେଣୁ ତାଙ୍କୁ ଆମେ ସହଯୋଗ କରିବା ଉଚିତ୍ । ସେମାନେ ଦେଶ ତଥା ରାଜ୍ୟର ଭବିଷ୍ୟତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ କୋଭିଡ ରୋଗୀଙ୍କ ମୃତଦେହକୁ ସଂସ୍କାର ସମୟରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ସମୟରେ ଜେଇଇ ଓ ନିଟ୍ ପରୀକ୍ଷାର୍ଥୀମାନଙ୍କୁ ଯାତାୟତର ପ୍ରତିବନ୍ଧକ ହଟାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ରାଜ୍ୟ ସରକାର ସେମାନଙ୍କ ଯାତାୟତ ଖର୍ଚ୍ଚ ବହନ ସହ ଖାଇବା ଓ ରହିବାର ବ୍ୟବସ୍ଥା କରିବେ । ଏଣୁ ଏ ଦିଗରେ ବିଧାୟକମାନେ ନିଜ ପରିବାରର ପିଲାମାନଙ୍କୁ ସହଯୋଗ କରନ୍ତୁ ।

hiranchal ad1
Leave A Reply

Your email address will not be published.

seventeen − fifteen =