ରିୟାଙ୍କୁ ପୁଣି ଜେରା

0 83

ମୁମ୍ବାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଅଧିକାରୀମାନେ ପୁଣୀ ଜେରା କରିଛନ୍ତି । ଗତକାଲି ତାଙ୍କୁ ସାତଘଣ୍ଟା ଜେରା କରାଯାଇଥିଲା । ଆହୁରି ବହୁ ତଥ୍ୟ ବାହାର କରିବା ଲାଗି ତାଙ୍କୁ ଆଜି ପୁନର୍ବାର ଜେରା କରାଯାଇଥିଲା । ଖୁବ୍‌ଶୀଘ୍ର ତାଙ୍କର ରକ୍ତନମୂନା ପରୀକ୍ଷା କରାଯିବ ବୋଲି ଏନ୍‌ସିବି ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ରିୟା ନିଶା କାରବାର ସହ ସଂପୃକ୍ତ ଏବଂ ସୁଶାନ୍ତଙ୍କୁ ସେ ଡ୍ରଗ୍ସ ଦେଉଥିଲେ ବୋଲି ଦୃଢ଼ ଅଭିଯୋଗ ଆସିଛି । ସୂଚନା ମୁତାବକ, ଜୁଲାଇ ୨୫ରେ ସୁଶାନ୍ତଙ୍କ ପିତା କେ.କେ ସିଂ ପାଟନା ପୁଲିସ ଷ୍ଟେସନରେ ରିୟାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବା ପରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ମୁଖ୍ୟ ସନ୍ଦିଗ୍ଧ ହୋଇ ରହିଛନ୍ତି । ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରୁଛି । ଗୁରୁବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା କାଳ ପଚରା ଉଚରା କରିଥିଲା ସିବିଆଇ ।

hiranchal ad1
Leave A Reply

Your email address will not be published.

four + fifteen =