୩୫ ଲକ୍ଷ ଟପିଲା କରୋନା ପଜିଟିଭ୍‌

0 55

ନୂଆଦିଲ୍ଲୀ : ଭାରତରେ ଦୈନିକ ସଂକ୍ରମଣ ଗତ କିଛିଦିନ ଧରି ରେକଡର଼୍ ପରେ ରେକଡର଼୍ ଭାଙ୍ଗିଚାଲିଛି । ଗତକାଲି ଦିନକର ସଂକ୍ରମଣ ୭୭ ହଜାର ପରେ ଥିବା ବେଳେ ଆଜି ତାହା ୭୮ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୭୮ ହଜାର ୭୬୧ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୩ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୬୩ ହଜାର ୪୯୮ରେ ପହଞ୍ଚିଛି । କୋଭିଡ୍‌ ପରୀକ୍ଷା ସଂଖ୍ୟା ୪ କୋଟି ୧୪ ଲକ୍ଷ ଅତିକ୍ରମ କରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି । ସୂଚନା ମୁତାବକ, ଅଗଷ୍ଟ ୨୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୪, ୬୩, ୯୭୨ ଜଣ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୨୬,୪୮,୯୯୮ ଜଣ ସୁସ୍ଥ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଥିଲେ । ବାକି ୬୨,୫୫୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ଜଣାପଡିଥିବା ୭୬, ୪୭୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୫୨,୪୨୪ ରହିଥିଲା । ୨୪ ଘଣ୍ଟାରେ ୧,୦୨୧ ଆକ୍ରାନ୍ତ ପ୍ରାଣ ହରାଇଥିଲେ ।

hiranchal ad1
Leave A Reply

Your email address will not be published.

six + 16 =