ସେପ୍ଟେମ୍ବରକୁ ପୋଷଣ ମାସ ଭାବେ ପାଳନ କରାଯିବ

0 73

ନୂଆଦିଲ୍ଲୀ : ଖାଦ୍ୟ ସହିତ ମଣିଷର ମାନସିକତା ଓ ବୌଦ୍ଧିକ ବିକାଶ ଦିଗ ଜଡ଼ିତ । ଆମର ମାନସିକତା ବିଚାରରେ ଆମେ ଖାଦ୍ୟ ବାଛିଥାଉ ଏବଂ ତାହାକୁ ଗ୍ରହଣ କରିଥାଉ । ମାନସିକ ଓ ଶାରିରୀକ ସୁସ୍ଥତା ଓ ବିକାଶ ଦିଗରେ ଖାଦ୍ୟର ବିଶେଷ ଭୂମିକା ରହିଛି । ଆମେ ଯେମିତି ଖାଇବା ଆମର ମାନସିକତା ଓ ବୌଦ୍ଧିକତାର ବିକାଶ ସେହିପରି ହେବ । ଏ ଦୃଷ୍ଟିରୁ ପୋଷଣ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ପୋଷଣ ଓ ଦେଶ ମଧ୍ୟରେ ଗଭୀର ସଂପର୍କ ରହିଛି । ଏହିସବୁ ଦିଗକୁ ବିଚାରକୁ ନେଇ ଏଣିକି ସେପ୍ଟେମ୍ବରକୁ ପୋଷଣ ମାସ ଭାବେ ପାଳନ କରାଯିବ । ଆଜି ନିଜର ରେଡ଼ିଓ କାର୍ଯ୍ୟକ୍ରମ ମନ୍‌କି ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ପୋଷଣର ଅର୍ଥ କେବଳ ଆପଣ କ’ଣ ଖାଉଛନ୍ତି, କେତେ ଖାଉଛନ୍ତି, କେତେଥର ଖାଉଛନ୍ତି ତାହା ନୁହେଁ, ଏହାର ଅର୍ଥ ଆପଣଙ୍କ ଶରୀରକୁ କେତେ ଜରୁରୀ ପୋଷକ ତତ୍ତ୍ୱ ମିଳୁଛି । କାରଣ ଏକ ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ରହିଥାଏ, ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷଜ୍ଞମାନେ କହିଛନ୍ତି ଯେ, ଶିଶୁକୁ ଗର୍ଭରେ ଏବଂ ପିଲାଦିନେ ଯେତେ ଭଲ ପୋଷଣ ମିଳିଥାଏ, ତା’ର ମାନସିକ ବିକାଶ ସେତେ ଭଲ ଏବଂ ସେ ସେତେ ସୁସ୍ଥ ହୋଇଥାଏ । ପିଲାମାନଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ଦେବା ପାଇଁ ମା’ମାନଙ୍କୁ ମଧ୍ୟ ପୋଷଣଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।

hiranchal ad1
Leave A Reply

Your email address will not be published.

14 − 4 =