ବିସିସିଆଇ ବାର୍ଷିକ ଚୁକ୍ତି : ଗ୍ରେଡ ବିକୁ ଖସିଲେ ରାହାଣେ-ପୂଜାରା, ଜାଣନ୍ତୁ ପାଣ୍ଡ୍ୟାଙ୍କ ସ୍ଥିତି

0 98

ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ ଦଳରୁ ବାଦ ପଡିଥିବା ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା ବିସିସିଆଇର ବାର୍ଷିକ ଚୁକ୍ତିରେ ଅବନତିର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ସହ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହାପୂର୍ବରୁ ଏହି ତିନି ଖେଳାଳିଙ୍କୁ ଗ୍ରେଡ୍‌ ଏ ଚୁକ୍ତିନାମା ମିଳିଥିଲା । ବର୍ତ୍ତମାନ ରାହାଣେ ଏବଂ ପୂଜାରା ବି ଗ୍ରେଡ୍‌କୁ ଖସିଥିବା ବେଳେ ପାଣ୍ଡ୍ୟା ସି ଗ୍ରେଡରେ ସ୍ଥାନ ପାଇଛନ୍ତି ।
ବର୍ତ୍ତମାନ ବିସିସିଆଇର ଚାରୋଟି ବର୍ଗ ଅଛି । ସର୍ବୋଚ୍ଚ ବର୍ଗ ହେଉଛି ଏ + । ଏଥିରେ ଜଡିତ ଖେଳାଳିମାନେ ୭-୭ କୋଟି ଟଙ୍କା ପାଇଛନ୍ତି । ଏ ବର୍ଗ ଖେଳାଳିଙ୍କୁ ୫-୫ କୋଟି ଟଙ୍କା ଦିଆଯାଏ । ବି ଗ୍ରେଡ୍‌ ରେ ଥିବା ଖେଳାଳିଙ୍କୁ ୩କୋଟି ଏବଂ ସି ଗ୍ରେଡ୍‌ ରେ ୧ କୋଟି । ଖେଳାଳିଙ୍କ ଫର୍ମ ଏବଂ ଟିମ୍‌ ଇଣ୍ଡିଆ ପାଇଁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଗ୍ରେଡ୍‌ ସ୍ଥିର କରାଯାଇଥାଏ ।

hiranchal ad1
Leave A Reply

Your email address will not be published.

5 × 5 =