ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ଜାଡେଜା, ଜାଣନ୍ତୁ କାରଣ

0 116

ମୁମ୍ବାଇ: ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ଜାଡେଜା । ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେୟରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ଜଣାପଡିଛି । ଗତ କିଛି ବର୍ଷ ଧରି ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ୍‌ ର ତିନୋଟି ଫର୍ମାଟରେ ଜାଡେଜା ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି ଏବଂ ତାଙ୍କର ରେକର୍ଡ ମଧ୍ୟ ଉତ୍କୃଷ୍ଟ ଅଟେ । ସମସ୍ତ ତିନୋଟି ବିଭାଗରେ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟରୀ ରହିଛି । ସେ ତାଙ୍କର ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ଜରିଆରେ ଟିମକୁ ଅନେକ ସଂକଟ ସମୟରୁ ଉଦ୍ଧାର କରିଛନ୍ତି । ସେ ବାରମ୍ବାର ଆହତ ହେବା କାରଣରୁ ଟିମରୁ ବାହର ଭିତର ହେଉଛନ୍ତି । ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ବେଳେ ଆହତ ହୋଇ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକା ସିରିଜ ମଧ୍ୟ ଜାଡେଜା ବାଦ୍‌ ପଡିଛନ୍ତି ।

hiring


ଦୈନିକ ଜାଗରଣର ଖବର ଅନୁଯାୟୀ ଜାଡେଜା ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚିନ୍ତା କରୁଛନ୍ତି । ଧଳା ବଲ୍‌ କ୍ରିକେଟ୍‌ ରେ ଅଧିକ ସମୟ ଖେଳିବା ପାଇଁ ଜାଡେଜା ଟେଷ୍ଟ କ୍ରିକେଟ୍‌ ରୁ ବିଦାୟ ନେଇପାରନ୍ତି । ଏହାର ଅର୍ଥ ସେ ଦିନିକିଆ ଏବଂ ଟି୨୦ ଫର୍ମାଟରେ ଖେଳିବେ, କିନ୍ତୁ କ୍ୱଚିତ୍‌ ଧଳା ଜର୍ସିରେ ପଡ଼ିଆରେ ତାଙ୍କୁ ଦେଖିବାକୁ ମିଳିପାରେ ବୋଲି ଏହି ରିପୋର୍ଟରେ କୁହାଯାଇଛି ।


ରବିନ୍ଦ୍ର ଜାଡେଜାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୫୭ ଟି ଟେଷ୍ଟ, ୧୬୮ ଟି ଦିନିକିଆ ଏବଂ ୫୫ ଟି -୨୦ ମ୍ୟାଚ ଖେଳିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ଖାତାରେ ୨୧୯୫, ୨୪୧୧, ୨୫୬ ରନ୍‌ ଥିବାବେଳେ ସେ ତିନୋଟି ଫର୍ମାଟରେ ୨୩୨, ୧୮୮ ଏବଂ ୪୬ ୱିକେଟ୍‌ ନେଇଛନ୍ତି । ଜାଡେଜା ଏକ ଟେଷ୍ଟ ଶତକ ହାସଲ କରିଥିବାବେଳେ ୧୭ ଥର ସେ ଟେଷ୍ଟରେ ଅର୍ଦ୍ଧଶତକ ସ୍କୋର କରିଛନ୍ତି । ଏଥି ସହିତ ଦିନିକିଆ କ୍ରିକେଟ୍‌ ରେ ୧୩ ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + 12 =