ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍କୁ ଏକ ବଡ ଝଟକା ଲାଗିଛି । ଟିମ୍ ଅଧିନାୟକ ରୋହିତ ଶର୍ମା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏ ସଂପର୍କରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତାଙ୍କର ଆର୍ଟିପିସିଆର ଟେଷ୍ଟ ବେଳେ ଏହା ଜଣାପଡିଛି । ସେ କୋଭିଡରେ ଆକ୍ରାନ୍ତ ହେବା ପରେ ଏବେ ଆଇସୋଲେସନରେ ଅଛନ୍ତି । ଯଦି ମ୍ୟାଚ୍ ପୂର୍ବରୁ ସେ ସୁସ୍ଥ ନହୁଅନ୍ତି ତେବେ ଟିମ୍ ଇଣ୍ଡିଆ ପାଇଁ ଏକ ବଡ ଝଟକା ହେବ । କାରଣ ଏହି ମ୍ୟାଚ ଜରିଆରେ ରୋହିତ ଶର୍ମା ବିଦେଶରେ ପ୍ରଥମ ଥର ଅଧିନାୟକତ୍ୱ କରିଥାନ୍ତେ । ଯଦି ସେ ସୁସ୍ଥ ନହୁଅନ୍ତି ତେବେ ଋଷଭ ପନ୍ତ କିମ୍ବା ଜସ୍ପ୍ରିତ ବୁମରାହ ଅଧିନାୟକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରୋହିତ ଶର୍ମା ଏବେ ବିସିସିଆଇର ମେଡିକାଲ ଟିମର ତତ୍ତ୍ୱାବଧନାରେ ଅଛନ୍ତି । ସୂଚନାଯୋଗ୍ୟ ଯେ, ରୋହିତ ଶର୍ମା ଅଭ୍ୟାସ ମ୍ୟାଚର ପ୍ରଥମ ଇନିଂସରେ ବ୍ୟାଟିଂ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇନଥିଲେ । ଏହାକୁ ନେଇ ପ୍ରଶଂସକମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଏ ସଂପର୍କରେ ବିସିିସିଆଇ ସ୍ପଷ୍ଟ କରିଛି ଯେ, ରୋହିତ ଶର୍ମା କୋଭିଡ ପଜିଟିଭ ହେବାରେ ସେ ଶନିବାର ଦିନ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇନଥିଲେ ।