ଓଡିଶା ଓପନରେ ମୁଖ୍ୟ ଆକର୍ଷଣ ହେଲେ ସାଇନା ନେହୱାଲ

0 57

କଟକ : ଲଣ୍ଡନ ଅଲମ୍ପିକ୍ସରେ କାଂସ୍ୟ ପଦକ ବିଜେତା ସାଇନା ନେହୱାଲ ଆଜିଠାରୁ ଆରମ୍ଭ ହେବାକୁ ଥିବା ଓଡିଳା ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଆକର୍ଷଣ ହେବେ । ଏହା ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ (ଡିଡବ୍ଲୁଏଫ୍‌) ଆନୁକୂଲ୍ୟରେ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ, ଯାହାକୁ ଓଡିଶା ଆୟୋଜନ କରୁଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୭ ଦେଶରେ ୩ଶହ ଖେଳାଳି ଭାଗ ନେବେ । ଏହି ପ୍ରତିଯୋଗିତା ଆଜିଠାରୁ କ୍ୱାଲିଫାଇଙ୍ଗ ରାଉଣ୍ଡରୁ ଆରମ୍ଭ ହେବ ଓ ୩୦ ଜାନୁଆରୀ ଯାଏ ଚାଲିବ । ମ୍ୟାଚର ଆୟୋଜନ ପାଞ୍ଚ ବର୍ଗ ପୁରୁଷ ଏକକ, ମହିଳା ଏକକ, ପୁରୁଷ ଯୁଗଳ, ମହିଳା ଯୁଗଳ ଓ ମିଶ୍ରତ ଯୁଗଳ ହେବ ।

hiranchal ad1
Leave A Reply

Your email address will not be published.

15 − 8 =